>>
  • ରାଜରାଣୀ' ଏକ୍ସପ୍ରେସ ଟ୍ରେନରୁ ଉଦ୍ଧାର ; ପରିବାର ସଦସ୍ୟଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ନିରୀହ ବାଳିକାଙ୍କୁ ବିଦେଶ ଚାଲାଣ ଅଭିଯୋଗ
  • >>
  • ଶାରୀରିକ ସୁସ୍ଥତାକୁ ପ୍ରୋତ୍ସାହିତ କରି, ଖୋର୍ଦ୍ଧା ରୋଡ୍ ହାଫ୍ ମାରାଥନ୍ , ଅର୍ଜୁନ ପୁରସ୍କାରପ୍ରାପ୍ତ ଦୂତୀ ଚାନ୍ଦ ହାଫ୍ ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କଲେ
  • >>
  • ସତ୍ୟବାଦୀ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ୟୁନିଅନ୍ ସଭାପତି ଙ୍କର ସରକାରୀ ସେବା ନିବୃତ୍ତି
  • >>
  • ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
  • >>
  • ଗାଁ କୁ ଫେରିଛି ସୁରଥ ର "ସୂତାକଳ" - ବିଞ୍ଚଣା ଗାଁର ଦୁଇଭାଇଙ୍କ ନିଆରା ପ୍ରୟାସ , ସରକାରଙ୍କ ସହଯୋଗକୁ ଅପେକ୍ଷା
  • >>
  • ବିଧାନସଭା ଷ୍ଟାଣ୍ଡିଂ କମିଟିର ଭଞ୍ଜନଗର ଗସ୍ତ, ଭିତ୍ତିଭୂମି ପରଖିଲେ
  • >>
  • ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ
  • >>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ; କେନ୍ଦ୍ର କୃଷିମନ୍ତ୍ରୀ ‌ ଓ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ
  • ସାକ୍ଷୀଗୋପିନାଥଙ୍କ ଝୁଲଣ ଯାତ୍ରା ଆରମ୍ଭ ; ସାତଦିନ ଧରି ଚାଲିବ



    ସାକ୍ଷୀଗୋପାଳ----- ସାକ୍ଷୀଗୋପିନାଥଙ୍କ ଝୁଲଣ ଯାତ୍ରା ଆରମ୍ଭ ହୋଇଯାଇଛି । ପ୍ରଥା ଅନୁଯାୟୀ ଶ୍ରାବଣମାସ ଶୁକ୍ଲପକ୍ଷ ଦଶମୀ ତିଥିର ଗୋଧନବାହୁଡା ଭୋଗ ପରେ ଚଳନ୍ତି ପ୍ରତିମା ଶ୍ରୀଜୀଉ ଓ ଶ୍ରୀମତି ରାଧା ଦେବୀ ଝୁଲଣ କୁଞ୍ଜକୁ ସେବାୟତ ମାନେ ବିଜେ କରିଥାନ୍ତି । ସେଠାରେ ସଂଧ୍ୟାରେ ଗୋଟିପୁଅ ନୃତ୍ୟୁ ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥାଏ । ସଂଧ୍ୟା ଧୂପରେ ଜାତଭୋଗ ସହିତ ଉପଚାର ଓ ଆଳତୀ କରାଯିବା ପରେ ଶ୍ରୀ ଜୀଉ ନିଜ ମନ୍ଦିରକୁ ଫେରି ଥାନ୍ତି । ଏହି ନୀତି ସାତ ଦିନ ଧରି ଚାଲିବ ବୋଲି ମନ୍ଦିର ସୁପର ଭାଇଜର ବିଶ୍ୱନାଥ ମହପାତ୍ରଙ୍କ ଠାରୁ ସୁଚନା ମିଳିଛି । ଝୁଲଣ କୁଞ୍ଜକୁ ମାଳି ସେବକ ମାନେ ମନ୍ଦିର ପକ୍ଷରୁ ଯୋଗାଇ ଦିଆଯାଇଥିବା କାଗଜ, ଜରି ଜମ୍ବୁରା ଓ ଶୋଲରେ ତିଆରି ହୋଇଥିବା ଓଲଟଶୁଆ, ମୟୁର, ମାଙ୍କଡ, ବଗ, ପାରା, ଅଷ୍ଟସଖୀ, ରୋହିଣ ଯଶୋଦା, କୃଷ୍ଣ ବଳରାମ , ବଗ ,ଭାଲୁ ସହିତ ଭୀମ ଓ ଦୁଶାସନଙ୍କୁ ଝୁଲଣରେ ଖଞ୍ଜାଯିବା ସହ ରଙ୍ଗ ବେରଙ୍ଗର ଆଲୋକମାଳରେ ସୁସଜିତ କରାଯାଇଛି । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସି ତ୍ରିପାଠୀଙ୍କ ତତ୍ୱବଧାନରେ ସମସ୍ତ ନୀତିକାନ୍ତି କରାଯାଉଛି । ଶ୍ରଦ୍ଧାଳୁ ମାନେ ଚଳନ୍ତି ପ୍ରତିମା ଶ୍ରୀ ଜିଉଙ୍କୁ ଝୁଲଣ କୁଞ୍ଜରେ ଝୁଲାଇବାର ସୁଯୋଗ  ବର୍ଷକୁ ଥରେ ମିଳିଥାଏ । ତେଣୁ ଶ୍ରର୍ଦ୍ଧାଳୁୁ ମାନଙ୍କର ଗହଳି ମନ୍ଦିରରେ ପରିଲକ୍ଷିତ ହୋଇଥିଲା । ଭକ୍ତ ମାନେ ଝୁଲଣ ମଣ୍ଡପରେ ଠାକୁରଙ୍କୁ ଝୁଲାଇବା ସହିତ ବିଭିନ୍ନ ଭୋଗ କରିଥାନ୍ତି । ସେହିପରି ଗ୍ରାମ ମାନଙ୍କରେ ଥିବ ମଠ ଓ ମନ୍ଦିର ମାନଙ୍କରେ ଆମ୍ବଡାଳ, ଦେବଦାରୁପତ୍ର ସହିତ କଦଳୀଗଛ ମନ୍ଦିର ଆଗରେ ଲଗାଯାଇ ଝୁଲଣ ପର୍ବ ଅନୁଷ୍ଠିତ ହୋଇଛି ।

    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୮/୨୦୨୩---୮,୫୦   Sakhigopal News, 26/8/2023

    Blog Archive

    Popular Posts