Breaking News

ଓଡ୍ରାଫ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

 
ସାକ୍ଷୀଗୋପାଳ ----ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟ ମାନଙ୍କ ଜିବନ ବଞ୍ଚାଇ ପାରିବା ସମ୍ପର୍କରେ କୌଶଳ ପ୍ରଶିକ୍ଷଣ  ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ଟି ଉତ୍କଳ ୟୁନିଭରସିଟିର ତତ୍ୱାବଧନରେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁଷା) ଓ ଓଡ୍ରାଫ ସହ ମିଳିତ ଉଦ୍ୟମରେ କରାଯାଇଥିଲା । ଶିବିର ଟି ସତ୍ୟବାଦୀ ୟୁଜିଏସ କଲେଜ ପଛପାର୍ଶ୍ଵ ରେ ଥିବା ତଥା ଅହମଦପୁର ଗ୍ରାମ ସ୍ଥିତ ବଡ଼ ପୋଖରୀ ରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ କଲେଜ ର ଶତାଧିକ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ବନ୍ୟା ସମୟରେ ବା ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜଣେ ଯଦି ପାଣିରେ ବୁଡି ଯାଉଛି ତାକୁ କିଭଳି ଭାବେ ଉଦ୍ଧାର କରିବା ବା ନିଜେ କିଭଳି ନିଜକୁ ଉଦ୍ଧାର କରିବା ଏହାର କୌଶଳ ଓଡ୍ରାଫ ଟିମ ର କର୍ମକର୍ତ୍ତା ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଡେମୋ ମାଧ୍ୟମରେ  ଦେଖାଇଥିଲେ। ପଦର୍ଶନ ମାଧ୍ୟମର ଜଣାଇଥିଲେ।ଏହି କାର୍ଯ୍ୟକ୍ରମ ରେ କଲେଜ ର ଅଧ୍ୟାପକ ଓ ଅଧ୍ୟକ୍ଷ  ସାମିଲ ହୋଇଥିଲେ । ଦୁଇ ଘଣ୍ଟା ଧରି ଏହି ପ୍ରଶିକ୍ଷଣ  ଶିବିର ଅନୁଷ୍ଠିତ ହୋଇଥିଲା।  କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉତ୍କଳ ୟୁନିଭରସିଟି ର ଭାଇସ ଚ୍ୟାନସଲର ଡ଼ ସବିତା ଆଚାର୍ଯ୍ୟ ଏବଂ ୟୁନିଭରସିଟି ର ୱାଡେନ ମୁଖ୍ୟ ପ୍ରଫେସର ପ୍ରବଦ କୁମାର ହୋତା,ରୁଷା ସଂଯୋଜକ ସୁଶାନ୍ତ କୁମାର ବଡ଼ମାଳି ପ୍ରମୁଖ ଯୋଗଦେଇଥିଲେ  ।  କାର୍ଯ୍ୟକ୍ରମର ପରିଚାଳିକା ଅନନ୍ୟା ପଟ୍ଟନାୟକ ଓ ଲିଜା ସ୍ୱାଇଁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ସତ୍ୟ ଶିବ ସୁନ୍ଦର ମିଶ୍ର, ଚନ୍ଦ ଶେଖର ତ୍ରିପାଠୀ,ରତ୍ନାକର ସାହୁ ,ଶଙ୍କର୍ଷଣ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୫/୮/୨୦୨୩---୭,୪୫ Sakhigopal News,25/8/2023

Blog Archive

Popular Posts