Breaking News

ଆମରି ସତ୍ୟ ବିକାଶ ପରିଷଦ ଆନୁକୁଲ୍ୟରେ "ପୁରାଣ ସମୃଦ୍ଧ ଆମ ସଂସ୍କୃତି' ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ




ଜଟଣୀ --ଭାରତୀୟ ସାହିତ୍ୟରେ ପୁରାଣର ମହତ୍ୱ, ଓ ପ୍ରଭାବ ଅତୁଳନୀୟ । ସମସ୍ତ ଜ୍ଞାନ-ବିଜ୍ଞାନର ମହାସାଗର ହେଉଛି ପୁରାଣ । ଐତିହାସିକ ମାଟି ଖୁଦୁପୁରୁ ମା ଖଣ୍ଡୁଆନ ଦେବୀଙ୍କ ମନ୍ଦିର ପରିସରରେ ଆମରି ସତ୍ୟ ବିକାଶ ପରିଷଦର 'ପୁରାଣ ସମୃଦ୍ଧ ଆମ ସଂସ୍କୃତି' ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥ ଭାବେ ଯୋଗଦେଇ ବିଶିଷ୍ଟ କବୟତ୍ରୀ, ସୁ ସାହିତ୍ୟିକା ଡକ୍ଟର ସୁଷମା ମିଶ୍ର କହିଥିଲେ ଆମ ପୁରାଣରେ ଲୁଚିରହିଛି ଆମର ସଂସ୍କୃତି,ଐତିହ୍ୟ, ପରମ୍ପରା ଓ ସଦାଚାର । ନାରୀ ସଦାକାଳକୁ ନିଜର ସଂସ୍କୃତି ରକ୍ଷା କରିବା ସହ ନିଜ ପରିବାର ତଥା ସମାଜକୁ ମାର୍ଗଦର୍ଶନ କରିଥାଏ । ସମ୍ମାନିତ ଅତିଥ ଭାବେ ବର୍ଷିୟାନ ଶିକ୍ଷାବୀତ ତଥା ପିପିଲି ମହାବିଦ୍ୟାଳୟର ପ୍ରାକ୍ତନ
ଅଧ୍ୟକ୍ଷ ଧୃବ ଚରଣ ଜୟସିଂହ ପାଇକରାୟ ଖୁଦୁପୁର ମାଟିର ଐତହାସିକ କିମ୍ବଦନ୍ତୀ ତଥା ସ୍ଵାଧୀନତା ସଂଗ୍ରାମରେ ଏ ମାଟିର ପଇକ ମାନଙ୍କର ଅଦମ୍ୟ ସାହାସ ବିଷୟରେ ଆଲୋଚନା କରିଥଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସେଇ ଖୁଦୁପୁର ମାଟିର ପ୍ରାକ୍ତନ ଶିକ୍ଷକ କେଦାର ଜୟସିଂହ କହିଥିଲେ ଆମର ସଂସ୍କୃତି ଓ ପରମ୍ପରାକୁ ଏଭଳି ଆଲୋଚନା ଖୋରାକ ଯୋଗାଇ ଥାଏ । ଶିକ୍ଷାବିତ୍ ତଥା ଆମରି ସତ୍ୟର ଉପଦେଷ୍ଟା ତ୍ରିଲୋଚନ ମହାପାତ୍ର କହିଥିଲେ ପୁରାଣ ପଠନ ଓ ଶ୍ରବଣ ଦ୍ବାରା ବ୍ୟକ୍ତି ଚରିତ୍ରର ସମୁନ୍ନତି ସାଧୂତ ହୋଇଥାଏ । ମାର୍ଗଦର୍ଶୀର ସମ୍ପାଦକ ତଥା ଆମରି ସତ୍ୟର ସଭ୍ୟ ଉମାଶଙ୍କର ପ୍ରସାଦ କହିଥିଲେ ଆମ ପୁରାଣ ଆମକୁ ସଂସ୍କୃତି ସମ୍ପନ୍ନ କରିଥାଏ । ସଂସ୍କୃତିକୁ ଯିଏ ଯେତେବେଳେ ଅପସଂସ୍କୃତିରେ ପରିଣତ କରିବାକୁ ଯାଇଛି ସେତେବେଳେ ସମ୍ବଳିତ ଦଣ୍ଡ ପାଇଛି । ବିଶିଷ୍ଟ ସଂସ୍କୃତ ଶିକ୍ଷକ ତଥା ବରିଷ୍ଠ ପାଲାକାର ଶ୍ରୀ ରମାକାନ୍ତ ମିଶ୍ର ଏହି ଆଲୋଚନା ଚକ୍ରରେ ସଭାପତିତ୍ୱ କରି ନିଜର ବକ୍ତବ୍ୟରେ ହନୁମାନ ଓ ସୀତାଙ୍କ କଥୋପକୋଥନର ଭାବଧାରାକୁ ବ୍ୟାକ୍ଷାକରି କହିଥିଲେ ନାରୀ ସଦାକାଳକୁ ନିଜର ଚରିତ୍ରବତା ତଥା ସ୍ଵାମୀର ଗରିମାକୁ ରକ୍ଷା କରିଥାଏ । ଆମରି ସତ୍ୟ ବିକାଶ ପରିଷଦର ସମ୍ପାଦକ ଆଦି ନାରାୟଣ ଖଣ୍ଡୁଆଳ ସ୍ଵାଗତ ଭାଷଣ ପ୍ରଦାନ କରିଥିଲା ବେଳେ ପଦ୍ମନାଭ ପାଣିଗ୍ରାହୀ ଅତିଥୁ ପରିଚୟ ଦେଇଥିଲେ । " ଆମରି ସତ୍ୟର ପ୍ରତିଷ୍ଠାତା ଡକ୍ଟର ପ୍ରମୋଦ ଚନ୍ଦ୍ର ଦାଶ ପିଲାଟିର ଚରିତ୍ର ଗଠନ ପରିବାରରୁ ହୋଇଥାଏ । ତେଣୁ ଆମେ ପ୍ରଥମେ ଆମ ପରିବାରକୁ ସଂସ୍କୃତି ସମ୍ପନ୍ନ କରିବା ଦରକାର । ଶେଷରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଜବାହାରଲାଲ ସୁବୁଦ୍ଧି ଧନ୍ୟବାଦ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସମାଜସେବୀ ଶ୍ରୀ ଭରତ ମାର୍ଥାଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରଥମ ଅଧିବେଶନରେ ଏକ କବିତା ପାଠ କାର୍ଯ୍ୟକ୍ରମଟି ପଦ୍ମ ଚରଣ ସାହୁଙ୍କ ସଭାପତିତ୍ଵ ଏବଂ ବିପିନ କୁମାର ବେହେରା, ରଶ୍ମିତା ନାୟଙ୍କ ସଂଯୋଜନାରେ ଅନୁଷ୍ଠିତହୋଇଥିଲା । ଏହି କାର୍ଯ୍ୟକ୍ରମରେ ବାସୁଦେବ ସାହୁ, ବ୍ରଜବନ୍ଧୁ ନାୟକ, ଶରତ ଚନ୍ଦ୍ର ଦାଶ, ବିଜୟ କୁମାର ହରିଚନ୍ଦନ, ଅମୀୟ କୁମାର ସାହୁ, ଢ, ସୁକାନ୍ତ ମହାପାତ୍ର, ପର୍ଶୁରାମ ମାଆଁ, ପ୍ରଶାନ୍ତ କୁମାର ଦାଶ, ଦାଶରଥ ପଟ୍ଟନାୟକ, ଭାଗିରଥ ପାଟଯୋଶୀ, ସୁରେଶ କୁମାର ସ୍ୱାଇଁ,କିଶୋର ଚନ୍ଦ୍ର ପାଇକରାୟ, ଜନ୍ମଳୟ ମିଶ୍ର, ସୁଦର୍ଶନ ମହାପାତ୍ର , ରାଜେନ୍ଦ୍ର ପ୍ରସାଦ ସାହୁ ଏବଂ ଆରତୀ ସେନ ପ୍ରମୁଖ ଯୋଗ ଦେଇଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୮/୨୦୨୩---୯,୧୦ Sakhigopal News,20/8/2023

Blog Archive

Popular Posts