Breaking News

ବ୍ରହ୍ମାକୁମାରୀ ପକ୍ଷରୁ ରକ୍ଷା ବନ୍ଧନ



ଭଞ୍ଜନଗର - ଭଞ୍ଜନଗର ସ୍ଥିତ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ବରୀୟ ବିଶ୍ଵ ବିଦ୍ୟାଳୟ  ଶାନ୍ତି ସ୍ରୋତ ପକ୍ଷରୁ ରାଜ ଯୋଗିନୀ ଭଉଣୀ ମାନଙ୍କ ଦ୍ଵାରା ସୋମବାର ଦିନ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।  ସହରର ବିଭିନ୍ନ ସ୍ଥାନକୁ ଯାଇ  ଲୋକଙ୍କ ଭିତରେ ଭାଇଚାରା ସୃଷ୍ଟି ଉଦ୍ଦେଶ୍ୟରେ ରାକ୍ଷୀ ବାନ୍ଧିଥିଲେ। ବ୍ରହ୍ମାକୁମାରୀ ସନ୍ତୋଷିନୀ ଭଉଣୀ ଙ୍କ ନେତୃତ୍ବରେ ରାଜ ଯୋଗିନୀ ଭଉଣୀ ମାନେ ସହରର ବହୁ ସରକାରୀ ଦପ୍ତର, ବେସରକାରୀ ଅନୁଷ୍ଠାନକୁ ଯାଇ ରାକ୍ଷୀ ବାନ୍ଧିଥିଲେ । ଟାଉନ୍ ହଲ୍ ପରିସରରେ ନଗରପାଳ ଗୋପବନ୍ଧୁ ମହାପାତ୍ର, ନିର୍ବାହୀ ଅଧିକାରୀ ଆଶୁତୋଷ ଗୈାରବ କର ଙ୍କ ସମେତ ବହୁ କାଉନସିଲର ଓ ଏନଏସି କର୍ମଚାରୀ ଙ୍କୁ ରାକ୍ଷୀ ବାନ୍ଧିଥିଲେ । ଏହା ପରେ ଘରୋଇ ବସ୍ ମାଲିକ ସଂଘ କାର୍ଯ୍ୟାଳୟ ରେ ପହଞ୍ଚି ସେଠାରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀ ଓ ବସ୍ ମାଲିକ ସଂଘର କାର୍ଯ୍ୟକର୍ତ୍ତା ମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିବାରୁ ସଂଘର ସଭାପତି ଗୋପବନ୍ଧୁ ମହାପାତ୍ର ସଂପାଦକ ବିପ୍ରଚରଣ ବାରିକ ଓ ସୁବାଷ ଚନ୍ଦ୍ର ଦିହୁଡି ପ୍ରମୁଖ , ରାଜ ଯୋଗିନୀ ଭଉଣୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଗାମୀ ଦିନମାନଙ୍କରେ  ହିନ୍ଧୁ ରୀତି ନିତି  ଦେଶର ଶାନ୍ତି,ମୈତ୍ରୀ ଓ ଭାଇଚାରାର ସମ୍ପର୍କ ରଖିବା ସଙ୍ଗେ ସଙ୍ଗେ ଜଗତ କଲ୍ୟାଣ ଉଦ୍ଦେଶ୍ୟ ରେ ଉକ୍ତ ହିନ୍ଦୁ ପର୍ବ କୁ ପାଳନ କରି ଆମ ଦେଶର  ଏକତା,ଅଖଣ୍ଡତା ଓ ଭାତୃତ୍ୱ କୁ ବଜାଇ ରଖିବା  ଘୁମୁସର ଘରୋଇ ବସ୍ ମାଲିକ ସଂଘ ଭଂଜନଗର ଭାଇଚାରାର ସଂର୍ପକ ଅତୁଟ ରହିବ ବେଲି ସଂଘର ସଂପାଦକ ବିପ୍ରଚରଣ ବାରିକ କହିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୮/୨୦୨୩---୧,୪୫ Sakhigopal News,29/8/2023

Blog Archive

Popular Posts