Breaking News

ସାକ୍ଷୀଗୋପିନାଥଙ୍କୁ ରାକ୍ଷୀ ଭାବରେ ଲାଗି ହେଲା ଗୁଆ



ସାକ୍ଷୀଗୋପାଳ----  ସାକ୍ଷୀଗୋପାଳ ମନ୍ଦିରରେ  ଆଜି ଗହ୍ମାପର୍ବ ପାଳିତ ହୋଇଯାଇଛି ।  ପବିତ୍ର ଗହ୍ମାପର୍ବରେ  ବା ବଳଭ୍ରଦଙ୍କ ଜନ୍ମ ତିଥିରେ  ସାକ୍ଷୀଗୋପାଳ ଠାକୁର ଓ ମା ଶ୍ରୀରାଧାରାଣୀଙ୍କୁ ରାକ୍ଷୀ ଲାଗି କରାଯାଇଛି । ଦ୍ୱୀପହର ଧୂପ ବେଶରେ ନୂତନବସ୍ତ୍ର. ଚନ୍ଦନ, ତୁଳସୀ ଲାଗି କରାଯିବାପରେ  ଉପଚାର, ଆଳତୀ ଓ ଗହ୍ମାମଣ୍ଡା ଭୋଗ କରାଯାଇଥିଲା ।  ପତିବର୍ଷ ଭଳି ଠକୁରଙ୍କୁ ପାଟ ସୁତା ରାକ୍ଷୀ ଓ  ଗୁଆମାଳ ରାକ୍ଷୀ ଭାବରେ ଲାଗି କରାଯାଇଥିଲା । ରାତ୍ରରେ ଚଳନ୍ତି ପ୍ରତିମା ମଦନମୋହନ ସୁ ସଜିତ ବିମାନରେ ଗହ୍ମାବେଦୀକୁ ବିଜେ କରି ସେଠାରେ ଠାକୁରଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ବିଳମ୍ଭିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ଝୁଲଣ ମଣ୍ଡପରେ ଦର୍ଶନ କରିଥିଲେ । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀଙ୍କ ତତ୍ୱବଧାନରେ ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ର ଠାକୁରଙ୍କ ଗହ୍ମାପର୍ବ ବା ନୀତିକାନ୍ତ ଶେଷ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୮/୨୦୨୩---୮,୪୦   Sakhigopal News,31/8/2023

Blog Archive

Popular Posts