ବିଜେଡି ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ
କନ୍ଧମାଳ --- ବାଲିଗୁଡା ବିଜେଡି ପକ୍ଷରୁ ମହାସିଂ ଠାରେ ଥିବା କାର୍ଯ୍ୟଳୟ ପରିସରରେ 77ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି | ବାଲିଗୁଡା ବ୍ଲକ ବିଜେଡି ସଭାପତି ଟୁନା ଦାସ ଜାତୀୟ ପତାକା ଉତ୍ତୋଳନ କରି ଯୋଗ ଦେଇ ଦେଶ ର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ବରପୁତ୍ର ମାନଙ୍କର ଅବଦାନ କୁ ସ୍ମରଣ କରି ଥିଲେ |ରାଜ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଭିନ୍ନ ଜନହିତକର ଯୋଜନା ଗୁଡିକୁ ଘରେ ଘରେ ପହଞ୍ଚି ପାରିବ ସେନେଇ ବିଜେଡି କର୍ମୀ ଙ୍କୁ ଆହ୍ୱାନ ଦେଇଥିଲେ |ଏଥିରେ ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ଉପାଧ୍ୟକ୍ଷା ଶାନ୍ତି ନାୟକ, ପୂର୍ବତନ ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ନଗର ସଭାପତି ଅବନୀ କାନ୍ତ ନାୟକ ସମେତ କାଉନସିଲର, ବିଜେଡି କର୍ମୀ ଯୋଗଦେଇ ଥିଲେ | କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୭/୮/୨୦୨୩---୯,୧୦ Sakhigopal News,17/8/2023