Breaking News

ସ୍ଵାଧୀନତା ଦିବସରେ ମାଟି ପରୀକ୍ଷା ପାଇଁ ମାଟି କଳସ ଯାତ୍ରା


 
ଡେଲାଙ୍ଗ: ---- ୭୭ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଜୁଆଳିପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଗୀତାଞଳି ସ୍ବାଇଁଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ପଞ୍ଚାୟତ ସଭା ଗୃହରେ ମାଟିର ଗୁଣବତ୍ତା ଓ ମାଟିକଳସ ଯାତ୍ରା ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ଯ ବକ୍ତା ଭାବେ ସବୁଜ ଡେଲାଙ୍ଗ ର ଆବାହକ ତଥା ପରିବେଶବିତ ଓ ଆଇନଜୀବୀ ହୃଷୀକେଶ ପାଢୀ ଯୋଗ ଦେଇ ମାଟିର ଊର୍ବରତା, ଜୈବିକ ସାର ର ବ୍ୟବହାର, ଏକକ ବ୍ୟବହୃତ ପ୍ଲାଷ୍ଟିକ ତଥା ପଲିଥିନ ର ଅପକାରିତା ଏବଂ ଏହା ମାଟିରେ ମିଶୂ ନଥିବାରୁ ଏହାର ବ୍ୟବହାର କୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ଯରେ ଗ୍ରାମ ରୋଜଗାର ସେବକ ରାଜେନ୍ଦ୍ର କୁମାର ବିଶ୍ବାଳ, ଓ୍ବାର୍ଡସଭ୍ୟ କ୍ଷୀରୋଦ ପ୍ରଧାନ, ଲଗନ କୁମାର  ପରିଡ଼ା  ଅଙ୍ଗନବାଡ଼ି ଦିଦି ମମତା ପ୍ରଧାନ, ବିଷ୍ଣୁପ୍ରିୟା ପରିଡା ,ଆଶାକର୍ମୀ ହୁଲ୍ଲାସିନୀ ଦାସ ଙ୍କ ସମେତ ପଞ୍ଚାୟତର ସମସ୍ତ ଅଂଗନୱାଡି ଓ ଆଶାକର୍ମୀ ପୋଗ ଦେଇଥିଲେ । ଶେଷରେ ମାଟିର ନମୂନା ପରୀକ୍ଷା ପାଇଁ  ' ମାଟି କଳସ ଯାତ୍ରା " ଡେଲାଙ୍ଗ କୃଷି କାର୍ଯ୍ୟାଳୟ ଅଭିମୂଖେ ବାହାରିଥିଲା ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ ୧୭/୮/୨୦୨୩----୩,୨୫ Sakhigopal News,17/8/2023

Blog Archive

Popular Posts