ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ
ଭଞ୍ଜନଗର- ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ବେଲଗୁଣ୍ଠା ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତ , ଗଡିଶାପଲ୍ଲୀ ଗାଁ ନିକଟରେ ରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ସେହି ଗାଁ ର ଧୋବା ବିଷୋୟୀ (୭୫) । ଶୁକ୍ରବାର ଅପରାହ୍ନରେ ନିଜ ପରିବା କ୍ଷେତ କୁ ଯାଉଥିଲେ । ସେଠାରେ ଥିବା ମାଙ୍କଡ଼ ପଲ କୁ ଘଉଡ଼ାଇବା ପାଇଁ , ଏକ ଲମ୍ବା ବାଉଁଶ ଧରି ଯାଉଥିଲେ । ଏହି ସମୟରେ ଉକ୍ତ କ୍ଷେତ ଉପର ଦେଇ ଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲା ଧରିଥିବା ବାଉଁଶ । ଘଟଣା ସ୍ଥଳରେ ଏକ ପ୍ରଚଣ୍ଡ ଶବ୍ଦ ହେବାରୁ ଆଖପାଖ ରେ ଥିବା ଲୋକେ , ଧୋବା ଙ୍କ ପାଖକୁ ଦୌଡ଼ି ଯାଇଥିଲେ । ଅଚେତ ଅବସ୍ଥାରେ ତାକୁ ଉଧାର କରି ପ୍ରଥମେ ବେଲଗୁଣ୍ଠା ଓ ପରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏନେଇ ପରିବାର ପକ୍ଷରୁ , ବେଲଗୁଣ୍ଠା ଥାନା ରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ପୋଲିସ ତଦନ୍ତ କରିବା ସହ ଶନିବାର ଦିନ ବ୍ୟବଛେଦ ହେବ । ତେବେ ମୃତ ଧୋବା ବିଷୋୟୀ ପରିବାର ର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ଗରୀବ ଶ୍ରେଣୀର ହୋଇଥିବା ବେଳେ ତାଙ୍କର ମୃତ୍ୟୁ ପରେ ପରିବାର ଲୋକେ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଏଣୁ ସଂପୃକ୍ତ ବିଦ୍ୟୁତ୍ ସଂସ୍ଥା ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ ଜଣାଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୮/୨୦୨୩----୮,୫୫ Sakhigopal News,18/8/2023