୧୪୫ ଗ୍ରାମ ଧଳା ଜହର ଜବତ, ଜଣେ ଗିରଫ
ପୁରୀ --- ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ନିମାପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ନିମାପଡ଼ା ଥାନା ଅଧୀନ ଶ୍ୟାମସୁନ୍ଦରପୁର ବଜାଜ ଶୋ’ରୁମର ପଛ ପଟେ ଚଢ଼ାଉ କରିଥିଲେ । ଏହି ଚଢାଉ ସମୟରେ ରାକେଶ କୁମାର ସାହୁ , ବୟସ -୩୫ବର୍ଷ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ତାଙ୍କ ନିକଟରୁ 145 ଗ୍ରାମ ବ୍ରାଉନ ସୁଗାର (ହେରୋଇନ )ଜବତ କରିବାରେ ସଫଳ ହୋଇଛନ୍ତି। ନିମାପଡା ଅବକାରୀ ଥାନା କେସ ନଂ :- 76/23-24 ରେ କୋର୍ଟ ଚାଲାଣ କରିଥିଲେ । ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କାରାଗାରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୧୪,୫୦,୦୦୦ ଟଙ୍କାରୁ ଉର୍ଦ୍ଧ ହେବ। ଏହି ଚଢ଼ାଉରେ ଅବକାରୀ ASI-ଶ୍ରୀ ଜିତେନ୍ଦ୍ର କୁମାର ବେହେରା,Staff- ତପନ କୁମାର ପ୍ରଧାନ ,ପବିନ୍ ବିରାଜ କିରୋ ,ସ୍ୱାଗତିକା ଘଡେଇ, ଶରତ ଚନ୍ଦ୍ର ସାହୁ ସାମିଲ ଥିଲେ । ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୮/୮/୨୦୨୩----୮,୪୫ Sakhigopal News 18/8/2023