କନ୍ଧମାଳ ନ୍ୟlୟ ସଦଭାବନା ପକ୍ଷରୁ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ
ବାଲିଗୁଡ଼ା-କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଡୁମୁଡ଼ି ସାହି ଠାରେ ଆଜି କନ୍ଧମାଳ ନ୍ୟlୟ ଓ ସଦଭାବନା ପକ୍ଷରୁ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଭାପତି ପ୍ରସନ୍ନ ବିଶୋଇଙ୍କ ନେତୃତ୍ୱରେ ୧୨ ଟି ବ୍ଲକର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ l ସୂଚନା ଅନୁଯାଇ ୨୦୦୮ ରେ ହୋଇଥିବା କନ୍ଧମାଳ ଦଙ୍ଗାରେ ପିଡୀତ ପରିବାରଙ୍କୁ ରାଜ୍ୟ ସରକାର ଙ୍କ ପକ୍ଷରୁ ଉଚିତ ଅର୍ଥ ପ୍ରଦାନ କରାଯାଇନାହିଁ l ତୁରନ୍ତ ଉଚିତ ଅର୍ଥ ପ୍ରଦାନ କରାଯାଉ ଏବଂ ରାଜ୍ୟରେ ମାଇନରିଟି କମିଶନ ଗଠନ କରାଯାଉ ଓ ମଣିପୁରରେ ହୋଇଥିବା ହିଂସା କାଣ୍ଡକୁ ନିନ୍ଦା କରି ଶାନ୍ତି ଶୋଭା ଯାତ୍ରା କରିବା ନିମନ୍ତେ ଆଲୋଚନା ହୋଇଥିଲା । ଏହା ସହ ଆସନ୍ତା ୩୧ ତାରିଖରେ ଏହି ସମସ୍ତ ବିଷୟରେ ଏକ ରାଲି ମାଧ୍ୟ୍ୟମରେ ଉପଜିଲ୍ଲା ପାଳଙ୍କୁ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ପ୍ରସନ୍ନ ବିଷୋୟୀ,କୋଷାଧ୍ୟକ୍ଷ ମାଥିଆସ୍ଫା , ଫାଦେର ମୋନଜ ଉପଦେଷ୍ଟା ପ୍ରସିଦ୍ଧ ନାୟକ, ଉପଦେଷ୍ଟା ଚନ୍ଦ୍ରକାନ୍ତ ନାଏକ ବ୍ଳକ୍ ସଭାପତି ଭିମରାଜ ଦିଗାଲ,ଊପସଭାପତି ସୁକାନ୍ତ ନାୟକ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ l
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୨/୮/୨୦୨୩---୯,୩୫ Sakhigopal News,22/8/2023