ସତ୍ୟବାଦୀରେ ମିଶନ ଶକ୍ତି ଭବନ ଉଦଘାଟନ
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ପରିସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ମା ମାନଙ୍କ ପାଇଁ ଏକ ମିଶନ ଶକ୍ତି ଭବନ ଗୃହ ଉଦଘାଟନ ହୋଇଯାଇଛି । ଏହି ଘର ପାଇଁ ରାଜ୍ୟ ସରକାର ୨୫ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି । ପୂର୍ତ୍ତବିଭାଗ ଅଧିନରେ ଏହି ଘର ନିର୍ମାଣ କରାଯାଇଛି । ମା ମାନଙ୍କ ପାଇଁ ଗୋଟିଏ ସଭାଗୃହ ରହିଥିବା ବେଳେ ଆଉ ତିନୋଟି ଅଫିସ କାର୍ଯ୍ୟାଳୟ ସହିତ ରୋଷଗର, ଷ୍ଟୋରରୁମ ସହିତ ୫ଗୋଟି ଶୌଚାଳୟ ରହିଥିବା ଜଣାପଡିଛି । ଆଜି ଅପରାହ୍ନରେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ , ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ପ୍ରମୁଖ ମହିଳା ନେତ୍ରୀ ମାନଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ମିଶନ ଶକ୍ତି ଭବନର ନୂତନ ଗୃହ ଉଦଘାଟନ କରିଥିଲେ । ସତ୍ୟବାଦୀ ମିଶନ ଶକ୍ତି ମହିଳା ମହା ସଂଘର ସଭାନେତ୍ରୀ ଲକ୍ଷ୍ମୀପିୟା ଦାଶଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ବିଧାୟକ ଶ୍ରୀ ସାମନ୍ତରାୟ କହିଥଲେ ପୁରୀ ଜିଲ୍ଲାରେ ପ୍ରଥମ କରି ସତ୍ୟବାଦୀ ବ୍ଳକରେ ମିଶନ ଶକ୍ତି ଭବନ ଆଜି ଉଦଘାଟନ ହେଲା ଏହା ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ସଚ୍ଚିବଙ୍କ ପ୍ରଚେଷ୍ଟା ଫଳରେ ଏହା ସମ୍ଭବପର ହୋଇ ପାରିଛି । ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା ବ୍ୟାଙ୍କ ଏବେ ବିନା ସୁଧରେ ୧୦ ଲକ୍ଷ ଟଙ୍କା ମା ମାନଙ୍କୁ ଗୋଷ୍ଠୀ ମାଧ୍ୟରେ ଯୋଗାଇ ଦେଉଛି ବୋଲି କହିଥିଲେ । ସତ୍ୟବାଦୀ ମିଶନ ଶକ୍ତି ମହାସଂଘର ସମ୍ପାଦିକା ପ୍ରଭାସିନି ମିଶ୍ର ଓ ମହିଳା ନେତ୍ରୀ କନକଲତା ପଣ୍ଡାଙ୍କ ସହିତ ବିଭିନ୍ନ ଗୋଷ୍ଠୀର ମା ଓ ଏମେବିକେମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୮/୨୦୨୩---୮,୪୦ Sakhigopal News, 31/8/2023