ବୃଦ୍ଧ ଙ୍କୁ ଟାଙ୍ଗିଆ ରେ ହାଣି ହତ୍ୟା
କନ୍ଧମାଳ ---- ବାଲିଗୁଡା ଆମ୍ବ ସାହି ରେ ବୃଦ୍ଧ ଙ୍କୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପଡୋଶୀ ଯୁବକ l ଗୁରୁତର ବୃଦ୍ଧ ଙ୍କୁ ବାଲିଗୁଡା ମେଡିକାଲରେ ଭର୍ତି କରିବା ପରେ ଚିକିତ୍ସାଧୀନ ଅବସ୍ଥାରେ ବାଲିଗୁଡା ମେଡିକାଲ ମୃତ୍ୟୁ ଘଟିଛି l ମୃତକ ବୃଦ୍ଧ ଜଣକ ହେଲେ ବାଲିଗୁଡା ଆମ୍ବ ସାହିର ଦେବରାଜ ବାଗ l ଦେବରାଜ
ଆଜି ଅପରାହ୍ନ ରେ ଘର ବାରଣ୍ଡା ରେ ବସିଥିବା ବେଳେ ହଟାତ ଟାଙ୍ଗିଆ ରେ ଆକ୍ରମଣ କରିଥିଲା ପଡୋଶୀ ଯୁବକ ମୀନକେତନ ବେହେରା l ଦେବରାଜ ଙ୍କ ପିଠି ଓ ବେକ କୁ ଟାଙ୍ଗିଆ ରେ ହାଣିଥିଲା ମୀନକେତନ l ତେବେ ବୃଦ୍ଧ ଙ୍କୁ ହତ୍ୟା କରିବା ପଛର କାରଣ ଅସ୍ପଷ୍ଟ ରହିଛି l ଅଭିଯୁକ୍ତ ମୀନକେତନ କୁ ଆମ୍ବସାହି ରୁ ପୋଲିସ ଗିରଫ କରିଛି l ଏ ନେଇ ବାଲିଗୁଡା ପୋଲିସ ଘଟଣା ର ଅଧିକ ତଦନ୍ତ ଜାରି ରଖିଛି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୬/୮/୨୦୨୩----୯,୪୫ Sakhigopal News,16/8/2023