>>
  • ଜଟଣୀ ସହରରେ ଓଡିଶା ବନ୍ଦର ସମ୍ୟକ ପ୍ରବାହ , ବ୍ୟବସାୟୀ ଭାଇମାନଙ୍କ ସ୍ୱତଃପ୍ରତ ସମର୍ଥନ
  • >>
  • ଭଞ୍ଜନଗରରେ ଓଡିଶା ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ
  • >>
  • ବିଜେପି ସରକାର ଡାଉନ୍ ଡାଉନ୍ , ସତ୍ୟବାଦୀ ରେ ଓଡ଼ିଶା ବନ୍ଦ ସଫଳ ଦେଖିବାକୁ ମିଳିଛି
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ
  • >>
  • ସାକ୍ଷୀଗୋପାଳ ପୋଲିସ ପକ୍ଷରୁ ଚୋରା ବାଲି ଟ୍ରକ ଜବତ
  • >>
  • ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମ୍ରୁତ୍ୟୁ ଘଟଣାକୁ ନେଇ ସତ୍ଯବାଦୀ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ ଓ ବିକ୍ଷୋଭ
  • >>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • ସତ୍ୟବାଦୀ ପୋଲିସକୁ ମିଳିଛି ବଡ ସଫଳତା ; ଡକାୟତ ଗ୍ୟାଙ୍ଗର ୪ଜଣ ଯୁବକ ଗିରଫ, କଟୁରୀ, ଭୁଜାଲି, ଲୁହାରଡ ଓ ହାତୁଡି ଜବତ



    ସାକ୍ଷୀଗୋପାଳ ---- ସତ୍ୟବାଦୀ ପୋଲିସ ବଡ ଧରଣର ଅଘଟଣ ଘଟିବା ଆଗରୁ ଡକାୟତ ଘ୍ୟାଙ୍ଗର ଚାରିଜଣ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଘଟଣାରୁ ପ୍ରକାଶ ଯେ ସତ୍ୟବାଦୀ ଥାନାର ସବଇନିସିପେକ୍ଟର ସୁରୁମା ସ୍ୱାଇଁ ରାତ୍ର କାଳୀନ ପାଟୋଲିଙ୍ଗରେ ସଦଳବଳେ ଯାଇଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇଥିଲେ ଯେ ସୁଆଣ୍ଡୋ ବ୍ରିଜ ନିକଟ ସାଗରସ୍ନାନ ମେଳଣ ପଡିଆ ନିକଟରେ ଏକ ଡକାୟତ ଦଳ ଏକାଠି ହୋଇ ଡକାୟତି କରିବା ପାଇଁ ସଜବାଜ ହେଉଛନ୍ତି । ତୁରନ୍ତ ଘଟଣା ସ୍ଥଳରେ ସବଇନିସ୍ପିପେକ୍ଟର ଶ୍ରୀମତି ସ୍ୱାଇଁ ସଦଳବଳେ ଡକାୟତି ଦଳ ଉପରେ ଚଡାଉ କରିଥିଲେ । ଅନ୍ଦାରର ସୁଯୋଗ ନେଇ ଜଣେ ଖସି ପଳାଇଥିବା ବେଳେ ଅନ୍ୟ ଚାରିଜଣ ଯୁବକଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ଏକ ହଂସୁଆ ( ବଡ କଠୁରୀ ), ଭୁଜାଲି, ଲୁହାରଡ ଓ ପଏଣ୍ଟଡେ ହାତୁଡି ସହିତ ଖାଲି ମଦ ବୋତଳ ପୋଲିସ ଜବତ କରିବାରେ ସଫଳ ହୋଇଛି । ସେମାନେ ହେଲେ ସଚ୍ଚିଦାନନ୍ଦ ସ୍ୱାଇଁ ( ନଣ୍ଡା) ସୁଆଁଲେ ଗ୍ରାମର, ଡିହସାହିର ଜୟନ୍ତ ସ୍ୱାଇଁ ( ଜୟା ), ନାଣ୍ଡୁପଡା ଗ୍ରାମର ଦୁର୍ଯ୍ୟେଧନ ଜେନା  ଓ ଅନ୍ୟ ଜଣେ ହେଲେ ଲାଣ୍ଡୁପଡା ଗ୍ରାମର ସତ୍ୟସୁନ୍ଦର ବରାଳବୋଲି ଜଣାପଡିଛି । ଏମାନଙ୍କ ନାମରେ ସତ୍ୟବାଦୀ ଥାନାରେ୨୭୨/୨୩ରେ ଏକ କେସରୁଜ କରାଯାଇ କୋର୍ଟକୁ ଚାଲାଣ କରାଯାଇଥବା ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି ।  ସେମାନେ ସୁଆଣ୍ଡୋ ରାସ୍ତାରେ ଗାଡି ମଟର ନେଇକରି ଯାଉଥିବା ଲୋକମାନଙ୍କ ଠାରୁ ଗାଡି ମଠର ଛଡାଇବା ସହିତ ରାହଜାନୀ କରିବା ପାଇଁ ଯୋଜନା କରୁଥିବା ପୋଲିସ ଆଗରେ ମାନିଥିବା ଜଣାପଡିଛି । ଏମାନେ ଜଣେ ଜଣେ ହାଡ କ୍ରିମିନାଲ ବୋଲି ଜଣାପଡିଛି । ଏମାନଙ୍କ ନାମରେ ସତ୍ୟବାଦୀ ଥାନାରେ ବିଭି୍‌ନ କେସ ରହିଥିବା ଜଣାପଡିଛି । ସଚ୍ଚିଦାନନ୍ଦ ସ୍ୱାଇଁ ନାମରେ ସତ୍ୟବାଦୀ ଥାନାରେ ୭ଟି କେସ ରହିଥିବା ବେଳେ ଦୁର୍ଯ୍ୟେଧନ ନାମରେ ୬ଟି କେସ ରହିଛି, ସତ୍ୟସୁନ୍ଦର ନାମରେ ସତ୍ୟବାଦୀ ଥାନାରେ ୬ଟି କେସ ରହିଥିବା ଆଇଆଇସି ଶ୍ରୀ ବେହେରା ସୁଚନା ଦେଇଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୮/୨୦୨୩----୭,୧୫



    Blog Archive

    Popular Posts