ଆଜାଦ କି ଅମୃତ ମହୋତ୍ସବ ପାଳିତ ଓ ବୃକ୍ଷ ରୋପଣ
ଡେଲାଙ୍ଗ ----ଇଣ୍ତିଆନ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ଆକ୍ସନ ଆଣ୍ତେ ରିସର୍ଚ ପକ୍ଷରୁ ଓ ଭାରତ ସରକାରଙ୍କ ସହାୟତାରେ ପୁରୀ ଜିଲ୍ଲା ର ଡେଲାଙ୍ଗ ବ୍ଲକର ସବପଲ୍ଲୀ ନୋଡାଲ ବିଦ୍ୟାପିଠ ଅଭୟମୁଖୀ ରାମଚନ୍ଦ୍ର ପୁର ଠାରେ ଆଜାଦିକା ଅମୃତ ମହୋତ୍ସବ ପାଳନ କରାଯାଇଥିଲା । ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ ବ୍ଲକ ଶିକ୍ଷା ଅଧୀକାରୀ ଶ୍ରୀ ବିନୋଦ କୁମାର ପରମାଣିକ ଓ କୃଷି ବିଜ୍ଞାନ କେନ୍ଦ୍ର,ପୁରୀ ର ବୈଜ୍ଞାନିକ ଡକ୍ଟର ଅମ୍ବିକା ପ୍ରସାଦ ନାୟକ ଯୋଗଦେଇଥିଲେ ।ସମ୍ମାନୀୟ ଆତିଥିରୁପେ ସମାଜସେବୀ ଧୀରେନ୍ଦ୍ର କୁମାର ଜେନା , ପ୍ରଧାନ ଶିଯକ ଧ୍ରୁବ ଚରଣ ବରାଳ , ଶିକ୍ଷକ କୈଳାସ ଚନ୍ଦ୍ର ସ୍ବାଇଁ , ସିଆରସିସି ଜଗନ୍ନାଥ ପରିଡା , ଅଭୟମୁଖୀ ପଞ୍ଚାୟତର ନାଏବ ସରପଞ୍ଚ ବାସୁଦେବ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଏବଂ ସିଆରସିସି କ୍ଷେତ୍ରବାସୀ ଆଳୁକ ଅନୁଷ୍ଠିତ ସଭାରେ ସଭାପତିତ୍ବ କରିଥିଲେ। ଅନୁଷ୍ଠାନ ର ସମ୍ପାଦକ ଅଶୋକ କୁମାର ପେଣ୍ଠୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରକାଶ ଭୋଳ , ସୁବାସ ସ୍ବାଇଁ ସହାୟତା ପ୍ରଦାନ କରିଥିଲେ । ଆଲୋକ କୁମାର ସ୍ବାଇଁ ଧନ୍ୟବାଦ ଅପଣ କରିଥିଲେ । ଏହି ଅବସରରେ ବିଦ୍ଯାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ରଚନା ଓ ବକ୍ତୁତା ପ୍ରତିଯୋଗିତା କରାଯାଇଥିଲା । ସଫଳତା ପାଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ନେହେରୁ ଯୁବ କେନ୍ଦ୍ର, ପୁରୀ ଜିଲ୍ଲା ର ଡେଲାଙ୍ଗ ବ୍ଲକର ସବପଲ୍ଲୀ ନୋଡାଲ ବିଦ୍ୟାପିଠ , ଅଭୟମୁଖୀ ରାମଚନ୍ଦ୍ର ପୁର ଠାରେ ବୃକ୍ଷ ରୋପଣ କରାଯାଇଥିଲା ।ଏହି କାଯ୍ୟକ୍ରମରେ ସ୍କୁଲର ଶିକ୍ଷକ ଶ୍ରୀ ଯୁକ୍ତ ସବେଶ୍ବର ବେହେରା , ଗୁରୁଜୀ ଓ ଗୁରୁମା ଓ ଅନୁଷ୍ଠାନର ସଭ୍ୟ ପ୍ରକାଶ ଭୋଳ ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ । ଅନୁଷ୍ଠାନ ର ସମ୍ପାଦକ ସମାଜସେବୀ ଅଶୋକ କୁମାର ପେଣ୍ଠୋଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୮/୨୦୨୩---୮,୪୫ Sakhigopal News,22/8/2023