ମହୁଲ ଗଛ ରୁ ନାବାଳିକା ର ଝୁଲନ୍ତା ମୃତଦେହ ଉଦ୍ଧାର
ଭଞ୍ଜନଗର - ଗାଁ ନିକଟରେ ଥିବା ମହୁଲ ଗଛ ରୁ ନାବାଳିକା ର ମୃତଦେହ ଉଦ୍ଧାର କରିଛି ପୋଲିସ । ତାରସିଂ ଥାନା ଅନ୍ତର୍ଗତ ଗାୟାଗଣ୍ଡା ପଞ୍ଚାୟତର ବାଘୁଆ ଗାଁ ର ସୁବାଷ ନାଇକଙ୍କ ୧୬ ବର୍ଷିୟା ଝିଅ ବୋଲି ଜଣାପଡିଛି । ସୂଚନା ପ୍ରକାରେ , ବାପା ସୁବାଷ ଘରେ ନଥିବା ବେଳେ ନାବାଳିକା ଝିଅ ର ଏଭଳି ମୃତ୍ୟୁ ହୋଇଥିଲା । ଘରକୁ ଫେରି ଝିଅ କୁ ନପାଇବାରୁ ଖୋଜାଖୋଜି କରିଥିଲେ । ପରେ ଗାଁ ନିକଟ ମହୁଲ ଗଛରେ ଝିଅର ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ଏନେଇ ତାରସିଂ ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲେ । ଭଞ୍ଜନଗର ମେଡିକାଲ କୁ ବ୍ୟବଛେଦ ପାଇଁ ପଠାଇଥିଲେ । ତେବେ ପରିବାର ଲୋକଙ୍କ କହିବା ପ୍ରକାରେ , କୌଣସି କାରଣ କୁ ନେଇ ଝିଅ ଆତ୍ମହତ୍ୟା କରିଛି ବୋଲି ସନ୍ଦେହ କରିଛନ୍ତି । ଏହାକୁ ନେଇ ତାରସିଂ ଥାନା କେସନଂ ୧୬/୨୩ ରେ ଏକ ମାମଲା ରୁଜୁ କରାଯାଇଥିବା , ତଦନ୍ତକାରୀ ଅଫିସର ସମୀର ରାଉତ ସୁଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୮/୨୦୨୩----୯,୪୫ Sakhigopal News,22/8/2023