Breaking News

ମା ପାଟଖଣ୍ଡା ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ


କନ୍ଧମାଳ --- ବାଲିଗୁଡା ନୂତନ ମା ପାଟଖଣ୍ଡା ଦୁର୍ଗାପୂଜା କମିଟି ଗଠିତ ହୋଇଯାଇଛି | ସଭାପତି ଲୋକନାଥ ପାଢ଼ୀ ଙ୍କ ଅଧ୍ୟକ୍ଷତା ରେ ନୂତନ ମା ପାଟଖଣ୍ଡା ଦୁର୍ଗାପୂଜା ସମିତି କାର୍ଯ୍ୟକର୍ତ୍ତା ଚୟନ ହୋଇଛି |ଏଥିରେ ସଭାପତି ରୂପେ ଲଳିତ ପାତ୍ର, ଉପସଭାପତି ଭୀମସେନ ବିନ୍ଧାଣୀ,ସମ୍ପାଦକ ଶିବରାମ ପ୍ରଧାନୀ, କୋଷାଧକ୍ଷ ଅଶୋକ ସାହୁ, ସହ ସମ୍ପାଦକ ନେତାଜୀ ଖଣ୍ଡଗିରି, ଯୁଗ୍ମ ସମ୍ପାଦକ ଅର୍ଜୁନ ନାୟକ ନିର୍ବାଚିତ ହୋଇ ଛନ୍ତି | ନୂତନ କମିଟି ଗଠନ ରେ ବରିଷ୍ଠ ନାଗରିକ ସୁବାଷ ଦାସ, ସୁଶାନ୍ତ ଦାସ, ବିଜୟ କୁମାର ଖଣ୍ଡଗିରି, ଶ୍ୟାମ ସୁନ୍ଦର ପାତ୍ର ସମେତ ପୂର୍ବତନ କମିଟି ସଦସ୍ୟ ବାଲିଗୁଡା ର ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଗୋଷ୍ଟୀ ଉପସ୍ଥିତ ଥିଲେ । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୦/୮/୨୦୨୩----୯,୨୫ Sakhigopal News,20/8/2023

Blog Archive

Popular Posts