ଗହ୍ମାପୂଣ୍ଣ୍ରମୀ ଅବସରରେ କବାଡି ପ୍ରତିଯୋଗିତା ବଳଙ୍ଗା ଲଙ୍କେଶ୍ୱର କ୍ଳବ ଚମ୍ପିୟାନ
ସାକ୍ଷୀଗୋପାଳ ----- ଆଜି ପ୍ରବିତ୍ର ଗହ୍ମାପୂର୍ଣ୍ଣମୀ ପର୍ବ ଅବସରରେ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନହଳା ଗ୍ରାମବାସୀ ଓ ମା ଦକ୍ଷୀଣକାଳୀ ସ୍ପୋର୍ଟସ ଆସୋସିଏସନର ମିଳିତ ସହଯୋଗରେ ବାର୍ଷିକ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କବାଡି ପ୍ରତିଯୋଗିତାରେ ବଳଙ୍ଗାର ଲଙ୍କେଶ୍ୱର କ୍ଳବ ଏବର୍ଷ ଚମ୍ପିୟାନ ହୋଇଛି । ଉକ୍ତ କ୍ଳବର କୋଚ ହେଲେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶାଣୀରିକ ଶିକ୍ଷା ଶିକ୍ଷକ ସୁଚିତ୍ର ଖଟେଇ ଓ ମ୍ୟାନେଜର ଚିତ୍ତରଞ୍ଜନ ପ୍ରଧାନ । ପିପିଲିର ୱାନ ଭଏସ ସୁନାପଦା କ୍ଳବ ରନସ ହୋଇଛି । ଉକ୍ତ ଗ୍ରାମରେ ୧୫ ବର୍ଷ ଧରି ଗ୍ରହ୍ମାପୂର୍ଣ୍ଣମୀ ପର୍ବରେ ଗ୍ରାମରେ ଥିବା ମହାଦେବଙ୍କ ପଡିଆ ପରିସରରେ କବାଡି ଖେଳ ଅନୁଷ୍ଡିତ ହୋଇଥିଲା । ଅତିଥି ଭାବେ ପୁରୀ ଆୟୁର୍ବେଦ କଲେଜର ଅଧ୍ୟକ୍ଷ ସୁଦର୍ଶନ ବେହେରା ଓ ସ୍ଥାନୀୟ ସରପଞ୍ଚ ଜିତେନ୍ଦ୍ର ବେହେରା ଯୋଗ ଦେଇ ଚମ୍ପିୟାନ ଓ ରନସ ଦଳକୁ ପୁରଷ୍କାର ପ୍ରଦାନ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୮/୨୦୨୩---୮,୪୦ Sakhigopal News, 31/8/2023