ଆଶା ଦିଦିଙ୍କ ବେକରୁ ସୁନାଚେନ ଛିଣ୍ଡାଇନେଲେ ଲୁଟେରା , ପୋଲିସ ସିସିଟିଭି ଫୁଟେଜ ଖୋଜୁଛି
ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅଞ୍ଚଳରେ ପୁଣି ସକ୍ରିୟ ହୋଇପଡିଛନ୍ତି ସୁନାଚେନ ଲୁଟେରା ଗୋଷ୍ଠୀ । ଏବେ ତରିକା ବଦଳାଇ ଦେଇଛନ୍ତି ଲୁଟେରା ମାନେ । ସେମାନେ ଜାତୀୟ ରାଜପଥ ଉପରେ ରାହଜାନୀ ନ କରି ଏବେ ଗ୍ରାମଭିମୁଖୀ ହୋଇଛନ୍ତି । ସତ୍ୟବାଦୀ ପୋଲିସର ନିସ୍ପୟତା ଯୋଗୁ ସତ୍ୟବାଦୀରେ ଦିନକୁ ଦିନ ନିଶା ବେପାର ବଡିବା ସହିତ ନିଶା ଖାଇ ଯୁବକ ମାନେ ଲୁଟ, ତରାଜ, ସହିତ ଚୋରି, ଡକାୟତି କରିବାକୁ ପଛାଉନାହାନ୍ତି । ସୁଚନା ଯୋଗ୍ୟଯେ ସତ୍ୟବାଦୀ ଥାନା ଅନ୍ତର୍ଗତ ପେଣ୍ଠପଡା ଗ୍ରାମ ପଞ୍ଚାୟତର ବାସୁକେରା ଗ୍ରାମରେ ଜଣେ ଆଶା ଦିଦିଙ୍କ ବେକରୁ ସୁନା ଚେନ ଲୁଟେରା ମାନେ ଛିଣ୍ଡାଇ ନେଇ ମଟର ସାଇକେଲ ଯୋଗେ ଫେରାର ହୋଇଯାଇଛନ୍ତି । ଆଶା ଦିଦିଙ୍କ ନାମ ହେଉଛି ସୁଜତା ହୋତା । ସେ ବାସୁକେରା ଗ୍ରାମରେ ଡେଙ୍ଗୁ ରୋଗ ବ୍ୟପିଥିବାରୁ ଅନ୍ୟ ଆଶା ଦିଦି କୃଷ୍ଣପିୟା ସାହୁଙ୍କ ସହିତ ବାସୁକେରା ଗ୍ରାମରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରି ୧୧.୫୦ ମିନିଟିରେ ଫେରୁଥିଲେ । ବଣିଆଗାଡିଆ ନିକଟ ମୋଡ ପାସ କରିବା ସମୟରେ ସେଠାରେ ଜଗି ରହିଥିବା ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଚେନ ଛିଣ୍ଡାଇ ମଟର ସାଇକେଲ ଯୋଗେ ପଳାଇ ଯାଇଥିଲେ । ମାତ୍ର ସେଠାରେ ସିସି ଫୁଟେଜ ତନ୍ନକି କରିବା ସମୟରେ ଦୁଇ ଜଣ ଯୁବକ ହେଲମେଣ୍ଟ ପିନ୍ଦିଥିବା ବେଳେ ମଟର ସାଇକେଲ ନମ୍ବର ଉପରେ ଏକ ବ୍ୟାଗ ଟଙ୍ଗା ଯାଇଥବା ଜଣାପଡିଛି । ଯାହା ଫଳରେକି ଗାଡି ନମ୍ବର ବା ଲୁଟେରା ମାନଙ୍କର ସମ୍ପକରେ ସଠିକ ଜଣାପଡୁନାହିଁ । ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ବାହାର ଲୁଟେରା କହୁଥିବା ବେଳେ ସ୍ଥାନୀୟ ଲୋକମାନେ ନିଶାଖିଆ ମାନଙ୍କର କାମ ବୋଲି କହୁଛନ୍ତି । ସତ୍ୟବାଦୀ ପୋଲିସ ରାସ୍ତାରେ ଥିବା ବିଭିନ୍ନ ସିସି ଟିଭି ଫଟେଜକୁ ଆଧାର କରି ତଦନ୍ତ ଜାରି ରଖିôôôôôଥବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୮/୨୦୨୩---୫,୧୦ Sakhigopal News, 29/8/2023