Breaking News

ଆରଦା ବିକାଶ ପରିଷଦ ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ସହାୟତା ର ହାତ ବଢାଇଲେ




ଡେଲାଙ୍ଗ --- ଆରଦା ବିକାଶ ପରିଷଦର ସ୍ବେଚ୍ଛାସେବୀ ମାନେ ଡେଲାଙ୍ଗ ବ୍ଲକର ଧାନକେରା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଗ୍ରାମର ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ର ହାତ ବଡ଼ାଇଛନ୍ତି ।  ସ୍ବେଚ୍ଛାସେବୀ ମାନେ କ୍ଷତିଗ୍ରସ୍ତ ତେରଟି ପରିବାରଙ୍କୁ ଅଟା, ଡାଲି, ତେଲ, ଚିନି ଅମୂଲ ଇତ୍ୟାଦି ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି । ଏହା ସହିତ ସେହି ପରିବାରର ପାଞ୍ଚ ଜଣ କଲେଜ ଛାତ୍ରଛାତ୍ରୀଙ୍କୁ ବ୍ୟାଗ, ଛତା, ଖାତା ଓ ପେନ ଯୋଗାଇ ଦେଇଛନ୍ତି ।  ଆରଦା ବିକାଶ ପରିଷଦ ପ୍ରଗତୀ ପାଇଁ ଏକତା ଡାକରାକୁ ସାକାର କରିବା ପାଇଁ ଧାନକେରା ଅଞ୍ଚଳରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇଛି। କୃଷି ଓ ପଶୁପାଳନର ଉନ୍ନତି, ବୃକ୍ଷରୋପଣ ଦ୍ୱାରା ସାମାଜିକ ବନୀକରଣ, ସ୍ଵଛତା ଅଭିଯାନ, ପାଇଖାନା ନିର୍ମାଣ ଓ ବ୍ୟବହାର, ପାନୀୟ ଜଳ ବ୍ୟବସ୍ଥା, ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ ଓ ଅର୍ଥାଭାବରୁ ଚିକିତ୍ସା ହୋଇ ପାରୁନଥିବା ରୋଗୀଙ୍କୁ ସହାୟତା ଇତ୍ୟାଦି ସାମାଜିକ ଓ ଜନହିତକର କାର୍ଯ୍ୟକ୍ରମ ହାତକୁ ନେଇ ସାମଗ୍ରିକ ପ୍ରଗତୀ ପାଇଁ ଉଦ୍ୟମ ଜାରି ରଖିଛି। ଆରଦା ବିକାଶ ପରିଷଦର ସମ୍ପାଦକ  ଧନେଶ୍ୱର ସ୍ୱାଇଁ କିଛି ସ୍ବେଚ୍ଛାସେବୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଜାରି  ରଖିଛନ୍ତି । ଯାହାକି ଅଞ୍ଚଳରେ ବେଶ ଆଲୋଚନା ର ବିଷୟ ହୋଇଛି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୮/୨୦୨୩---୯,୫୫ Sakhigopal News,27/8/2023

Blog Archive

Popular Posts