ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ
ଜଟଣୀ --ଜଟଣୀସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅତି ଆନନ୍ଦ ଉଲ୍ଲାସରେ ପାଳନ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ସୀତାକାନ୍ତ ଶତପଥୀ ଯୋଗ ଦେଇ ଶିଶୁ ମନ୍ଦିର ଭାରତୀୟ ସଂସ୍କୃତି ଓ ପରମ୍ପରାର ମୂଳଧାର ଅଟେ ଉଦାହରଣ ମାଧ୍ୟମରେ ବୁଝାଇଥିଲେ | ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନା ଅତିଥି ପରିଚୟ ଦେବା ସହ ସ୍ୱାଗତ ଭାଷଣରେ ରକ୍ଷା ବନ୍ଧନ ପାଳନର ପୌରାଣିକ, ଐତିହାସିକ,କୃଷିଭିତ୍ତିକ ଓ ସାମ୍ପ୍ରତିକ ମୂଲ୍ୟବୋଧର ପୃଷ୍ଠଭୂମିର ପର୍ବ ପାଳନର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ । ପରିଚାଳନା ସମିତିର ସଭାପତି ପ୍ରସନ୍ନ କୁମାର ରଥ ଅଭିଭାଷଣ ମାଧ୍ୟ୍ୟମରେ ସମସ୍ତଙ୍କର ସୁରକ୍ଷା ଓ ମଙ୍ଗଳ କାମନା କରିଥିଲେ | ଶିଶୁ, ଗୁରୁଜୀ ଗୁରୁମା, ମଂଚାସୀନ ଅତିଥି,ବର୍ତ୍ତମାନ ଓ ପୂର୍ବ ପରିଚାଳନା ସମିତି ସଦସ୍ୟ,ବୃକ୍ଷ, ସଂସ୍କାର କେନ୍ଦ୍ର ଶିଶୁ, ଅବହେଳିତ ବସ୍ତି ବାସିନ୍ଦା, ମେଡିକାଲ, ଥାନା, ପୋଷ୍ଟ ଅଫିସ, ବ୍ୟାଙ୍କ, ଦୋକାନୀ, ସମାଜର ପ୍ରାୟ ସମସ୍ତ ବର୍ଗର ବ୍ୟକ୍ତି ବିଶେଷଙ୍କୁ ରକ୍ଷା ବନ୍ଧନ ସହ ମିଷ୍ଠ|ନ୍ନ ବଣ୍ଟନ କରାଯାଇଥିଲା । ଆଚାର୍ଯ୍ୟ କୃଷ୍ଣ ଚନ୍ଦ୍ର ଗୁରୂ ଧନ୍ୟବାଦ ଦେଇଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୮/୨୦୨୩----୧,୫୫ Sakhigopal News,31/8/2023