ସ୍ବାଭିମାନ ମଂଚର ବିଶାଳ ବାଇକ୍ ଶୋଭାଯାତ୍ରା ଓ ସଂକଳ୍ପ ସମାବେଶ
ନୟାଗଡ - ---- ସାଧାରଣ ନିର୍ବାଚନ କୁ ଆହୁରି ଅନେକ ଦିନ ବାକିଥିବା ବେଳେ, ଏବେ କିନ୍ତୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେଲାଣି ନିର୍ବାଚନୀ ଉଷ୍ମତା । ଏହି ପରିପ୍ରେକ୍ଷୀରେ ଦଶପଲ୍ଲାର ପ୍ରମୁଖ ସଂଗଠନ, ଦଶପଲ୍ଲା ସ୍ବାଭିମାନ ମଂଚ ତରଫରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ବାଇକ୍ ଶୋଭାଯାତ୍ରାରେ ଏକ ହଜାରରୁ ଅଧିକ ବାଇକ୍ ଦଶପଲ୍ଲାର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ମହାବୀରଙ୍କ ମନ୍ଦିର ନିକଟରୁ ବାହାରି, ଗଣେଷ ବଜାର, ଲକ୍ଷ୍ମୀ ବଜାର ମେଡ଼ିକାଲ ଛକ, ଦୁର୍ଗା ବଜାର, ବୀଣାପାଣି ବଜାର, ତ୍ରୀନାଥ ବଜାର,ଐତିହାସିକ ମେଳିଆ ତୋଟା, ସମେତ ସମଗ୍ର ଦଶପଲ୍ଲା କୁ ପରିକ୍ରମା କରି ଯଉବନ ତୋଟା ପର୍ଯ୍ୟନ୍ତ ଯାଇଥିଲା । ଯଉବନ ତୋଟା ନିକଟରେ ଦଶପଲ୍ଲା ସ୍ବାଭିମାନ ପରିବାର ତରଫରୁ ଆୟୋଜିତ ଏକ ସଭାରେ ମଂଚର ଆବାହକ ପ୍ରଦୋଷ କୁମାର ଯେନା( ଖୁକା ଭାଇ ) ସମିତି ସଭ୍ୟ ବାପୁଜୀ ସାହୁ,ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଶିଷ୍ଠ ସମାଜସେବୀ ଶ୍ରୀହରି ନାୟକ, ଦଶପଲ୍ଲା ଏନ୍ ଏ ସି ଅଧ୍ୟକ୍ଷା ଇଂ ପୁନମ୍ ପ୍ରିୟଦର୍ଶିନୀ ଙ୍କ ସମେତ ବହୁ କାଉନ୍ ସିଲର,ସରପଞ୍ଚ, ସମିତି ସଭ୍ୟଯୋଗ ଦେଇଥିଲେ । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ନିର୍ବାଚନ ମଣ୍ଡଳୀ ରେ ସମସ୍ତ ବିଜୁଜନତା ଦଳର କର୍ମୀଙ୍କୁ ଏକତ୍ରିତ କରି ରଖିଥିବା ବେଳେ, କୌଣସି ଅସନ୍ତୋଷ ନାହିଁ ବୋଲି କହିଥିଲେ। ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ବିକାଶ କାର୍ଯ୍ୟ ଆଗେଇ ଚାଲିଛି । ଆଗେଇବ ମଧ୍ୟ ବୋଲି କହିଛନ୍ତି।ଯିଏ ଯେତେ ବିରୋଧ କଲେ କୌଣସି ଅସୁବିଧା ନାହିଁ।ଲୋକଙ୍କ ପାଖରେ ମୁଁ ଅଛି, ଲୋକଙ୍କ ସୁଖ ଦୁଃଖ ରେ ସାମିଲ ହେଉଛିବୋଲି କହିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ ସହିତ ଅଛନ୍ତି ଦଶପଲ୍ଲା ଜନସାଧାରଣ ତାଙ୍କ ସହିତ ରହିଛନ୍ତି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ, ୨୨/୮/୨୦୨୩----୨,୧୦ Sakhigopal News,22/8/2023