ଦେଢ଼ ବର୍ଷ ବିତିଗଲାଣି ,ଆଡ଼ମିଶନ କରି ହନ୍ତସନ୍ତ ହେଉଛନ୍ତି ନର୍ସିଙ୍ଗଛାତ୍ରୀ ବିଷ୍ଣୁପ୍ରିୟା ଦାସ
ନୟାଗଡ----- ସରକାର ଶିକ୍ଷା ବ୍ୟବସ୍ଥା ରେ ପରିବର୍ତ୍ତନ କରି ରେଗୁଲାର ଏବଂ ଦୁରନିରନ୍ତର ଶିକ୍ଷା ବ୍ୟବସ୍ଥା କରିଛନ୍ତି।ଏହି ବ୍ୟବସ୍ଥା ବିଭିନ୍ନ ରାଜ୍ୟରେ ଚାଲୁଅଛି।କିନ୍ତୁ ଏହି ଦୁରନିରନ୍ତର ଶିକ୍ଷା ବ୍ୟବସ୍ଥାରେ ଆଡ଼ ମିଶନ କରି କିଭଳି ଜଣେ ନର୍ସିଙ୍ଗଛାତ୍ରୀ ହନ୍ତସନ୍ତ ହେଉଛନ୍ତି ତାହାର ଏକ ଉଦାହରଣ ହୋଇଛନ୍ତି ଛାତ୍ରୀ ଜଣକ।ଘଟଣାରୁ ଜଣା ପଡ଼ିଛି ଯେ ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଗୋଛାବାରି ଗ୍ରାମର ସାମ୍ବାଦିକ ନିରଞ୍ଜନ ଦାସ ଙ୍କ ଝିଅ ବିଷ୍ଣୁପ୍ରିୟା ଦାସ । ନର୍ସିଙ୍ଗ ଅଫିସର କୋର୍ସରେ ପଢ଼ା ସାରି ଡିପ୍ଲୋମା ଇନକ୍ରିଟିକାଲ କେୟାର ନର୍ସିଙ୍ଗ ପଢିବା ପାଇଁ ଗତ୨୦୨୨ଜାନୁଆରୀ ମାସରେ ଅନ ଲାଇନ ମାଧ୍ୟମରେ ଇଗୁନରେ ଆଡ଼ ମିଶନ କରିଥିଲେ । ଏଥିପାଇଁ ତାଙ୍କୁ ଛଅ ହଜାର ଦୁଇଶହ ଟଙ୍କା ଜମା ଦେଇଥିଲେ।ଏହା ପରେ ଇଗୁନପକ୍ଷରୁ ପଢିବା ପାଇଁ ମିଳିଲା ବହି ଏବଂ ଆଡ଼ମିଶନ କାର୍ଡ ।
ଯାହାର ନମ୍ବର୍ ହେଲା ୨୨୦୦୪୭୬୧୯୫। ହେଲେ ଦେଢ଼ ବର୍ଷ ବିତିଗଲାଣି।କିନ୍ତୁ ବିଷ୍ଣୁପ୍ରିୟା ଖାଲି ବହିଧରି ବସିଛନ୍ତି।କିନ୍ତୁ ଆଡ଼ ମିଶନ ସମୟରେ ଅନ ଲାଇନରେ ବ୍ରହ୍ମପୁର,ଏମକେସିଜି ମେଡ଼ିକାଲ କଲେଜରେ ଷ୍ଟଡି ସେଣ୍ଟର ଆସିଥିଲା । କିନ୍ତୁ ଅଦ୍ୟାବଧି ଦେଢ଼ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପଢା ସମ୍ବନ୍ଧରେ କୌଣସି ପଦେକ୍ଷପ ନିଆଯାଉ ନାହିଁ। ଆଡ଼ମିଶନ ସମୟରେ ଇଗୁନ୍ନର ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ବିଷ୍ଣୁପ୍ରିୟାଙ୍କୁ ଜଣାଇ ଦିଆଯାଇ ଥିଲା କି ଶିକ୍ଷା ସମ୍ବନ୍ଧରେ ସମସ୍ତ ତଥ୍ୟ ମୋବାଇଲ କୁ ମେଲ ଯୋଗେ ଏବଂ ମେଶଜ ଯୋଗେ ଜଣାଇ ଦିଆଯିବ।ହେଲେ ଅଦ୍ୟାବଧି କୌଣସି ସୂଚନା ଦିଆ ଯାଇନାହିଁ। ବ୍ରହ୍ମପୁର ଷ୍ଟଡି ସେଣ୍ଟର ନମ୍ବର୍୮୨୮୦୦୨୨୨୬୬କୁ ଫୋନ କଲେ ଉତ୍ତର ମିଳୁଛି ଆମେଦେଖିକି କହୁଛୁ । କହି ଫୋନକୁ କାଟି ଦିଆଯାଉଛି।ଏହି ଘଟଣା କୁ ନେଇ ବିଷ୍ଣୁପ୍ରିୟା ଚିନ୍ତାରେ।ଷ୍ଟଡିସେଣ୍ଟର ଦାୟୁତରେ ଥିବା କର୍ମଚାରୀ ଖାମଖିଆଲି ଭାବେ ଉତ୍ତର ଦେଇ ଫୋନକୁ କାଟି ଦେବା ଏବଂ ଫୋନକୁ ଆଉ ନ ଉଠାଇବା ଘଟଣା ଏହାସନ୍ଦେହ ସୃଷ୍ଟି କରିଛି।ଜଣେ ନର୍ସିଙ୍ଗ ଛାତ୍ରୀ ପଢିବା ପାଇଁ ତାଙ୍କର ଏକ ବର୍ଷୀୟ କୋର୍ସ ହୋଇ ଥିବା ବେଳେ ପଢ଼ା ଶେଷକରି କୌଣସି ମେଡ଼ିକାଲରେ ସେ କ୍ରିଟିକାଲ କେୟାର ନର୍ସିଙ୍ଗ ରେ ନିଯୁକ୍ତି ସୁଯୋଗପାଇ ପାରିଥାନ୍ତେ । ହେଲେ ଦେଢ଼ ବର୍ଷ ବିତି ଗଲାଣି,ପଢି ପାରିଲେ ନାହିଁ।ତେବେ ଏହି ପଢ଼ା ପାଇଁ ଯେଉଁ ସମୟନଷ୍ଟ ହେଲା ଏଥିପାଇଁ ଇଗୁନ୍ନ ଭୁବନେଶ୍ୱର ଆଞ୍ଚଳିକଅଧିକାରୀ ଦାୟୀ ରହିବେ ବୋଲି ନିରଞ୍ଜନ ଦାସ କହିଛନ୍ତି। ଯଦି ବିଷ୍ଣୁପ୍ରିୟାର ପଢ଼ା ସମ୍ପର୍କରେ କୌଣସି ପଦକ୍ଷେପ ନିଆ ନ ଯାଏ ଓ ଝିଅର ଯେଉଁ କ୍ଷତି ହେଲା ଏ ସମ୍ପର୍କରେ ସେ ଉଚ୍ଚନ୍ୟାୟାଳୟରେ ବହୁ ଶୀଘ୍ର ଆଶ୍ରୟ ନେବେ ବୋଲି କହିଛନ୍ତି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୬/୮/୨୦୨୩---୭,୧୦ Sakhigopal News,26/8/2023