Breaking News

ସରନ୍ତି ସୋମବାରରେ କଉଡିଆ ମାନଙ୍କର ଭିଡ ପରିଲକ୍ଷିତ ହୋଇଛି




ସାକ୍ଷୀଗୋପାଳ --- ଶ୍ରାବଣମାସ ସରନ୍ତି ସୋମବାରରେ ୩୧୬ ନଂ ପୁରୀ - ଭୁବନେଶ୍ୱର ଜାତୀୟ ରାଜପଥ ସାକ୍ଷୀଗୋପାଳ ବାଟ ମହାବୀରଙ୍କ ପୀଠରେ କାଉଡିଆ ମାନଙ୍କର ଗହଳି ଦେଖିବାକୁ ମିଳିଛି । ସହସ୍ରାଧିକ କାଉଡିଆ ବାଟ ମହାବୀରଙ୍କ ନିକଟରେ ଥିବା ବରଗଛ ଓ ମଣ୍ଡପରେ ବିଶ୍ରାମ କରୁଥିବା ଦେଖିବାକୁ ମିଳିଥିଲା  । ସ୍ଥାନୀୟ କେତେକ ଧର୍ମପରାଯଣ ବ୍ଯକ୍ତି କାଉଡିଆ ମାନଙ୍କ ପାଇଁ ନିରାମିଷ ଭେଜନର ବ୍ଯବସ୍ଥା କରିଥିବା ଜଣାପଡିଛି  ।   ପୁରୀର ଶୈବପୀଠ   ଲୋକନାଥଙ୍କୁ ଜଳଲାଗି କରିବା ପାଇଁ କାଉଡିଆ ମାନେ କଟକ ଗଡଗଡିଆ ଘାଟ, ପିପିଲି ନିକଟସ୍ଥ ଦଣ୍ଡ ଭଙ୍ଗା ଘାଟ, ଭାର୍ଗବୀନଦୀର ଭ୍ରୁଗୁଘାଟ ଆଦି ତୀର୍ଥସ୍ଥାନ ମାନଙ୍କରୁ ବାହୁଙ୍ଗିରେ ଢାଳ ରଖି ଜଳ ଆଣିଥାନ୍ତି  । ପଥଶ୍ରମ ଲାଘବ କରିବା ପାଇଁ ବିଭିନ୍ନ ସ୍ଥାନରେ  ବ୍ଯକ୍ତିବିଶେଷ କାଉଡିଆ ମାନଙ୍କର ବାହୁଙ୍ଗି ରଖିବା ପାଇଁ ଧଡା ବାନ୍ଧି ଥାନ୍ତି  । କାଉଡିଆ ମାନେ ବିଭିନ୍ନ ସ୍ଥାନରେ ବାହୁଙ୍ଗି ଗୁଡିକ ସେଥିରେ ରଖି ଭୋଜନ କରିବା ସହିତ  ବିଶ୍ରାମ କରିଥାନ୍ତି  । ଖରା ତାପରେ ଚାଲିବା କଷ୍ଟକର ହେଉଥିବାରୁ ସନ୍ଧ୍ଯା ରୁ ପୁରୀକୁ ଯାତ୍ରା ଆରମ୍ଭ କରିଛନ୍ତି  । ଚଳିତବର୍ଷ ଶ୍ରାବଣ ମାସରେ ଗୋଟିଏ ଅଧିମାସ ହୋଇଥିବା ହେତୁ ମଳମାସ ଟି ବୋଲବମ ଯାତ୍ରା ବନ୍ଦ ରହିଥିଲା  । ଗ୍ରାମାଞ୍ଚଳରେ ରହିଥିବା ବରାଳ ବାଲୁଙ୍କେଶ୍ୱର ,ସୁଆଣ୍ଡୋ ଲୋକେଶ୍ୱର, ବଳପୁର ବାଲୁଙ୍କେଶ୍ୱର ,ଯୋଡାଲିଙ୍ଗ ସାମ୍ରାଜ୍ଯ ନୀଳକଣ୍ଠେଶ୍ଵର ଅଳଗୁମ ଗତିଶ୍ୱର ମହାଦେବ  ପ୍ରମୁଖ ଶୈବପୀଠ ଗୁଡିକରେ କାଉଡିଆ ମାନେ ଜଳଲାଗି କରିଥିବାର ଦେଖାଯାଇଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୮/୨୦୨୩---୯,୪୫ Sakhigopal News,27/8/2023

Blog Archive

Popular Posts