ନୟାଗଡ ବ୍ଲକ ଦୁର୍ନୀତି ଭ୍ରଷ୍ଟାଚାର ରେ ଭରପୁର :-- କଂଗ୍ରେସ ପକ୍ଷରୁ ନଅ ଦଫା ଦାବି ନେଇ ବ୍ଳକ କାର୍ଯ୍ୟାଳୟ ଘେରାଉ
ନୟାଗଡ,---+ ରାଜ୍ୟରେ ବି.ଜେ.ଡ଼ି ସରକାର ଓ କେନ୍ଦ୍ରରେ ବି.ଜେ.ପି ସରକାର ଶାସନ କାଳରେ ଗାଁ ଗଣ୍ଡାର ବିକାଶ ହୋଇପାରି ନାହିଁ । ସାଧାରଣ ଲୋକଙ୍କର ହିତସାଧନ ମଧ୍ୟ ହୋଇପାରିନାହିଁ। ପଂଚାୟତ_ ଠାରୁ ବ୍ଲକ ଅଫିସ ଓ ଡି.ଆର.ଡ଼ି.ଏ ଅଫିସ ପର୍ଯ୍ୟନ୍ତ ବ୍ୟାପକ ଦୁର୍ନୀତିର ଚେର ମାଡ଼ି ଗଲାଣି । ନୟାଗଡ ବ୍ଲକ ରେ ୧୫% ରୁ ୫୦ % ପି.ସି. କାରବାର ଚାଲିଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ଆଇନଜୀବି ତଥା ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ।
ନୟାଗଡ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲଙ୍କ ନେତୃତ୍ୱରେ ଆଜି ଶତାଧିକ କଂଗ୍ରେସ କର୍ମୀ ବ୍ଲକ କାର୍ଯ୍ୟାଳୟ ଭିତରେ ଧସେଇ ପଶି ବିକ୍ଷୋଭ ପ୍ରଦର୍ଶନ କରି ମହାମହିମ ରାଜ୍ୟପାଳ ଙ୍କ ଉଦ୍ଧେଶ୍ୟରେ ୯ଦଫା ଦାବୀ ସମ୍ବଳିତ ସ୍ମାରକପାତ୍ର ପ୍ରଦାନ କରିଥିଲେ l କଂଗ୍ରେସ ନେତା ମାନଙ୍କ ଅଭିଯୋଗ ଅନୁସାରେ ଉଭୟ ସରକାର ଶହ ଶହ କୋଟି ଟଙ୍କାର ବିଜ୍ଞାପନ ଦେଇ ଗାଁ ଗଣ୍ଡା ବିକାଶର ମିଛ ରଙ୍ଗୀନ ଚିତ୍ର ଦେଖାଉଥିିବା ବେଳେ ଗାଁର ଗରୀବ ବାପୁଡ଼ା ମୁହଁ ମାଡ଼ି ପଡ଼ିଛି । ଚାଷୀ ତା’ ଅମଳର ମୂଲ୍ୟପାଉନି । ନୟାଗଡ ର ଯୁବକ ମାନଙ୍କ ହାତକୁ କାମ ନାହିଁ । ରାଜ୍ୟ ବାହାରକୁ ଯାଇ ଦାଦନ ଖଟୁଛନ୍ତି । ମା’କୁ ସମ୍ମାନର କଥା କହି ନୟାଗଡ ରେ ନାରୀ ନିର୍ଯ୍ୟାତନା ବଢ଼ିଚାଲିଛି,ନୟାଗଡ କଲେଜ ରେ ଯୌନ କଳେଙ୍କାରୀ ବଢ଼ିବଢ଼ି ଚାଲିଛି l ଦଳିତମାନେ ନ୍ୟାଯ୍ୟ ସୁବିଧାରୁ ବଂଚିତ ଓ ଉପେକ୍ଷିତ । ପଛୁଆବର୍ଗ, ଜନଜାତି ସମୁଦାୟଙ୍କ ପାଖରେ ବିକାଶ ଏବେ ବି ଅପହଞ୍ଚ ।
ବ୍ଳକ ଅଫିସ ପାଲଟିଛି ଦୁର୍ନୀତିର ଭ୍ରଷ୍ଟାଚାରୀଙ୍କ ଗନ୍ତାଘର,ଦଲାଲ ମାନଙ୍କର ଆଡ୍ଡାସ୍ଥଳୀ। ସରକାରୀ ଅଫିସରମାନେ ଦଲାଲ ମାନଙ୍କ ସହ ସଲାସୁତୁରା କରି ସରକାରୀ ଅର୍ଥ ହରିଲୁଟ କରୁଛନ୍ତି । । କଂଗ୍ରେସ ଶାସିତ ରାଜ୍ୟ ମାନଙ୍କରେ ଚାଷୀମାନଙ୍କୁ ଏମ୍.ଏସ୍.ପି ମୂଲ୍ୟ ବୃଦ୍ଧି କରି ନିଜସ୍ଵ ତହବିଲରୁ ଭରଣା କରୁଛନ୍ତି । ଧାନ କିଣିବା ସମୟରେ ୧୦/୧୫ କେଜି କଟନୀ ଛଟନୀ ବନ୍ଦ କରାଯାଉ । ରାଜ୍ୟ ର ସମସ୍ତ ୩୧୪ ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯାଉ । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ହୁସେନ ଖାଁ, ମନୋଜ ସାହୁ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଯଶୋଦା କାଣ୍ଡି, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ଦାଶ, ସେବା ଦଳ ଜିଲ୍ଲା ସଂଯୋଜକ ବିମଳ ଦାଶ, ପୂର୍ଣ୍ଣଚନ୍ଦ୍ର ସାନ୍ତ ପ୍ରମୁଖ ଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ l
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୮/୮/୨୦୨୩----୮,୫୫ Sakhigopal News,18/8/2023
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୮/୮/୨୦୨୩----୮,୫୫ Sakhigopal News,18/8/2023