ସତ୍ୟବାଦୀ ବ୍ଳକ ସ୍ଥରୀୟ କୈଶଳୀ ତାଲିମ ଶିବିର ଉଦଘାଟିତ
ସାକ୍ଷୀଗୋପାଳ ---- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସର ସତ୍ୟବାଦୀ ମଣ୍ଡଳ ସ୍ତରୀୟ କୈଶଳୀ ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ତାଲିମ ଶିବିରଟି ତିନିଦିନ ଧରି ଅନୁଷ୍ଠିତ ହେବ । ଏହି ତାଲିମ ଶିବିରରେ ବିଭିନ୍ନ ବିଦ୍ୟାଳୟର ୨୫ଜଣ ଗଣିତ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ନେଉଛନ୍ତି । ଟ୍ରେନର ଭାବେ ଶିକ୍ଷକ ରମାକାନ୍ତ ମିଶ୍ର ଓ ପ୍ରଦୀପ କୁମାର ମାଝି ତାଲିମ ପ୍ରଦାନ କରିଥିଲେ । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୮/୨୦୨୩---୮,୧୦ Sakhigopal News, 28/8/2023