Breaking News

ସତ୍ୟବାଦୀରେ ଜାତୀୟ କ୍ରୀଡା ଦିବସ ପାଳିତ

 


ସାକ୍ଷୀଗୋପାଳ-----ସତ୍ୟବାଦୀରେ ଜାତୀୟ କ୍ରୀଡା ଦିବସ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପାଳିତ ହୋଇଯାଇଛି । ହକିର ଯାଦୁଘର ବା ସମାଟ୍ର ଧ୍ୟାନଚାନ୍ଦଙ୍କର ଜନ୍ମ ଦିବସକୁ ମନେ ରଖିବା ପାଇଁ ସରକାର ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରି ଆସୁଛନ୍ତି । ଏହି ଅବସରରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ, ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ଅନୁଷ୍ଠାନ ସହିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ମିଳିତ ସହଯୋଗରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ପିଲା ମାନେ ହାତରେ ବିଭିନ୍ନ ପ୍ଳାକଡ ଓ ସ୍ଳେଗାନ ଦେଇ ଏକ ଶେଭାଯାତ୍ରାରେ ସାକ୍ଷୀଗୋପାଳ ବଜାର ପରିକ୍ରମା କରିଥିଲେ । ଜନସାଧାରଣଙ୍କୁ କ୍ରୀଡା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।  ଅତିଥି , ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା  ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମ୍ୟାର୍ପଣ କରିବା ପରେ ଶୋଭାଯାତ୍ରା ବାହାରିଥିଲା । ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ପରିଡା ଯୋଗ ଦେଇ ପିଲା ମାନଙ୍କୁ କ୍ରୀଡା ସମ୍ପର୍କରେ କହିଥିଲେ । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରତ୍ନାକର ଜେନା ଓ ଶାରିରୀକ ଶିକ୍ଷା ଶିକ୍ଷକ ସୁଚିତ୍ର ଖଟେଇ, ଯୁଧିଷ୍ଠିର ସାହୁ ଓ ପୁଷ୍ପାଞ୍ଜଳି ଜେନାଙ୍କ ସହିତ ଶିକ୍ଷୟତ୍ରୀ ସୌଦାମିନି ନାୟକ, ପ୍ରତୀକ୍ଷା ମିଶ୍ର, ଶିକ୍ଷକ ବସନ୍ତ କୁମାର ସ୍ୱାଇଁ, ଚନ୍ମୟ କୁମାର ଜେନା ପୂଣ୍ଣିମା କୁଜୁରଙ୍କ ବିଭିନ୍ନ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚକ୍ରଧର ମହାରଣା ଓ ସ୍ୱାଡସଭ୍ୟ ପ୍ରକାଶ କୁମାର ଦାସ ପ୍ରମୁଖ  ଶେଭାଯାତ୍ରାରେ ସାମିଲ ହୋଇଥିବାର ଦେଖାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୮/୨୦୨୩---୫,୧୦   Sakhigopal News, 29/8/2023


Blog Archive

Popular Posts