Breaking News

ବେଆଇନ ଭାବେ ଖୋଳା ଚାଲିଛି ମୋରମ , ପ୍ରଶାସନ ନିରବଦ୍ରଷ୍ଟା


ବାଙ୍କୀ /କଟକ--- ବେଧଡକ ଭାବେ ଖଣିରୁ ବୁହାଚାଲିଛି ଟ୍ରିପ ଟ୍ରିପ ମୋରମ। ଏ ଖବର ଜାଣିକି ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ।  ସ୍ଥାନୀୟ ରାଜସ୍ବ ନିରକ୍ଷକ ଏବଂ ତହସିଲଦାର, ନା ଜାଣି ଶୁଣି ପକେଟ ଗରମ କରି ନିଦାବିଷ୍ଣୁ ଭଳି ବସି ପଡିଛନ୍ତି ତହସିଲଦାର ଏବଂ ରାଜସ୍ବ ନିରକ୍ଷକ ।  ବାଙ୍କୀ ନିର୍ବାଚନ ମଣ୍ଡଳୀ ବୈଦେଶ୍ଵର ପଞ୍ଚାୟତର ବଡବର ଅଞ୍ଚଳରେ ଥିବା ପାହାଡ଼ କାଟି ବେଆଇନ ଭାବେ ଚାଲାଣ ହେଉଛି ଟ୍ରିପ ଟ୍ରିପ ମୋରମ ।  ମୋରମକୁ ନେଇ ବିକ୍ରି କରି ବୈଦେଶ୍ଵର ବାଲିଘାଟ ରାସ୍ତା ମରାମତି କରାଯାଇଛି ।  ପାହାଡ଼ରେ ଜେସିପି ଲଗାଇ ପଥର ମାଫିଆ ମାନେ  ଖୋଳି ଚାଲିଛନ୍ପ୍ରି କୃତିକ ସମ୍ପଦ । କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଛି ସରକାରଙ୍କର ସବୁ ଜାଣିଶୁଣି ମଧ୍ୟ ସ୍ଥାନୀୟ ପ୍ରଶାସନ ନିରବଦ୍ରଷ୍ଟା ପାଲଟିଛି । ଅନ୍ୟପଟେ ବୈଦେଶ୍ଵର ପଞ୍ଚାୟତରେ ଜଣେ ବ୍ୟକ୍ତି ମଧ୍ୟ କିଛି ଅସାଧୁ ବ୍ୟକ୍ତିଙ୍କ ନାମରେ ଅଭିଯୋଗ କରିଛନ୍ତି । ଏହାରି ମଧ୍ୟରେ ଧନିସାହୁ ବ୍ୟକ୍ତି ନାମରେ ସଙ୍ଗିନୀ ଅଭିଯୋଗ ଆଣିଛନ୍ତି ସାହସୀ ଯୁବକ । ସେ କହିଛନ୍ତି ଧନୀ ସାହୁ ଜଣେ କୋଟିପତି ଲୋକ ତାଙ୍କର ଟ୍ରଲର, ଜେସିପି, ହାୱା, ଟ୍ରାକ୍ଟର ଏବଂ ଅନେକ ବଡ଼ ବଡ଼ ଗାଡି ଅଛି! ଯାହା ଦ୍ଵାରା ସେ ପାହାଡ଼ ଖୋଲି ଏଇ ଗାଡି ମାନଙ୍କ ଦ୍ଵାରା ପଥର ଖୋଳି ମୋରମ ଚୋରା ଚାଲାଣ କରୁଛନ୍ତି । ପ୍ରକୃତ ରେ ଏ ଧନୀ ସାହୁ କିଏ?। କାହିଁକି ଚୋରା ଚାଲାଣ ମୋରମକୁ ରୋକି ପାରୁନି ପ୍ରଶାସନ । କାହା ଛତ୍ର ଛାୟା ତଳେ ରହି ଏଭଳି ରାଜତ୍ୱ ଚଳାଉଛନ୍ତି ମାଫିଆ ଧନୀ ସାହୁ । ଆଗକୁ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ଧନୀ ସାହୁଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ନେଉଛି ସ୍ଥାନୀୟ ପ୍ରଶାସନ ।
 କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୨୬/୮/୨୦୨୩----୯,୪୫ Sakhigopal News,26/8/2023

Blog Archive

Popular Posts