Breaking News

ସରକାରୀ ଭତ୍ତା ବଣ୍ଟନ କାର୍ଯ୍ମୟକ୍ରମରେ ମଞ୍ଚାସୀନ ହେଲେ ବିଜେଡି ନେତା




ଓଡ଼ଗାଁ:- ସରକାରଙ୍କ ଭତ୍ତା ବଣ୍ଟନ କାର୍ଯ୍ଯକ୍ରମରେ ଓଡ଼ଗାଁ ବ୍ଳକର ବିଭିନ୍ନ ବିଜେଡି ଦଳୀୟ ବ୍ୟକ୍ତିତ୍ୱ ସରକାରୀ ପଦବୀ ବିହୀନ ହୋଇ ମଧ୍ଯ ମଞ୍ଚାସୀନ ହେବା ନେଇ ଦ୍ୱନ୍ଦ ଉପୁଜିଛି। ଓଡ଼ଗାଁ ବ୍ଳକର ବିଭିନ୍ନ ପଞ୍ଚାୟତରେ ଗରୀବ ତଥା ବାର୍ଦ୍ଧକ୍ଯ ଭତ୍ତା ବଣ୍ଟନ ହେଉଥିବା ବେଳେ ଓଡ଼ଗାଁ ବ୍ଳକ ବିଜେଡି ନେତା ନିତ୍ୟାନନ୍ଦ ପ୍ରଧାନ,  ବିଜେଡି ନେତା ବିଭୁପ୍ରସାଦ ସାହୁ ଆଦି ସରକାରୀ ପଦବୀ ବିହୀନ ବିଜେଡି ନେତା ମଞ୍ଚାସୀନ ହୋଇଥିଲେ। ତେବେ ଏନେଇ ବିରୋଧୀ ଶିବିରରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିରୋଧୀ କହିଛନ୍ତି ଏହା ସରକାରୀ ଭତ୍ତା ବଣ୍ଟନ କାର୍ଯ୍ଯକ୍ରମ ନା ବିଜେଡି ଦଳୀୟ ସମାବେଶ? । ଭତ୍ତା ବଣ୍ଟନ କାର୍ଯ୍ଯକ୍ରମରେ କେବଳ ନିର୍ଦ୍ଧୀଷ୍ଟ ସ୍ୱୀକୃତିପ୍ରାପ୍ତ  ଅଧିକାରୀଙ୍କୁ ତଥା ପଦବୀଧାରୀ ଲୋକଙ୍କୁ ଅନୁମତି ମିଳିଥିବା ବେଳେ ବିଜେଡି ନେତା ବ୍ୟକ୍ତି ଭତ୍ତା ବଣ୍ଟନ କାର୍ଯ୍ଯକ୍ରମରେ ରହିବା ଯଥାର୍ଥ ନୁହଁ ବୋଲି ବିରୋଧୀ କହିଛନ୍ତି। ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇ ଙ୍କ ରିପୋର୍ଟ,୧୮/୮/୨୦୨୩----୮,୧୦ Sakhigopal News,18/8/2023

Blog Archive

Popular Posts