Breaking News

ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଟାଗୁଡା ସେବାଶ୍ରମ ସ୍କୁଲ ହଷ୍ଟେଲ ରେ ଅଘଟଣ


 
କନ୍ଧମାଳ ---ବାଟାଗୁଡା ସେବାଶ୍ରମ ସ୍କୁଲ ହଷ୍ଟେଲ ରେ ଜଣେ ଛାତ୍ରଙ୍କ ର ମୃତ ହୋଇଯାଇଛି l ମୃତ ଛାତ୍ର ହେଲେ କୋଟଗଡ ଥାନା ଅନ୍ତର୍ଗତ ଓରା ଗ୍ରାମ ର କଲୋନୀ ସାହିର ସତ୍ୟାନନ୍ଦ ନାୟକ l ସୂଚନା ଅନୁଯାୟୀ ଛାତ୍ର ଜଣକ ମଧ୍ୟାହ୍ନ ଭୋଜନ ଖାଇବା ପରେ ନିଜ ରୁମ କୁ ଯାଇଥିଲେ l କିଛି ଘଣ୍ଟା ପରେ ମୁଣ୍ଡ ବୁଲେଇ ହୋଇ ତଳେ ପଡି ଯାଇଥିଲେ l ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପଦ୍ମିନୀ ପ୍ରଧାନ ଘଟଣା ବିଷୟରେ ଜାଣିବା ପରେ ଛାତ୍ର ଜଣଙ୍କୁ ବାଲିଗୁଡା ମେଡିକାଲ କୁ ଆଣିଥିଲେ l କିନ୍ତୁ ବାଲିଗୁଡା ମେଡିକାଲ ରେ ପହଂଚିବା ପୂର୍ବ ରୁ ଛାତ୍ର ଙ୍କ ମୃତ୍ୟୁ ହୋଇଥିଲା l ତେବେ ଛାତ୍ର ଜଣକ ସୁସ୍ଥ ଥିବା ବେଳେ ହଟାତ ମୁଣ୍ଡ ବୁଲେଇ ହୋଇ ପଡିଯିବା କହିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ l ବାଲିଗୁଡା ପୋଲିସ ମେଡିକାଲ ରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି l ଶବ ବ୍ୟବଛେଦ ପରେ ହିଁ ଛାତ୍ର ମୃତ୍ୟୁ ଘଟଣା ର ପ୍ରକୃତ ସତ୍ୟ ସାମ୍ନା କୁ ଆସିବ ବୋଲି ବାଲିଗୁଡା ପୋଲିସ କହିଛି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ ,୨୬/୮/୨୦୨୩----୯,୧୦ Sakhigopal News,26/8/2023

Blog Archive

Popular Posts