Breaking News

ସହର ବାସୀଙ୍କ ଟିକସ ଅର୍ଥକୁ ଚଳୁ କରୁଛି ପୌରପରିଷଦ ,ସଫେଇ ନାଁ ରେ କୋଟି କୋଟି ଟଙ୍କା ହଡପ ଅଭିଯୋଗ






ଜଟଣୀ --ଚଳିତ ବର୍ଷ ପୌରପରିଷଦ ତାର ୫୧ ବର୍ଷ ପୂର୍ତ୍ତି ଅବସରରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ସମୟରେ ମୌଳିକ ସୁବିଧାରୁ ବଞ୍ଚିତ ସହରବାସୀ l ପୌରପରିଷଦର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ ହୋଇପଡିଛି l ସହରର ୨୩ ଗୋଟି ୱାର୍ଡରେ ଯେଉଁଆଡେ ଚାହିଁବ ଚାରିଆଡେ କୁଢ଼ କୁଢ଼ ଅଳିଆ ଗଦା  ହୋଇଛି l ଯାହାକି ଗୋଟିଏ ସ୍ଥାନର ଅଳିଆ ଅନେକ ଦିନ ଗଦା ହେବା ଫଳରେ ତାହା ପଚିସଢ଼ି ଦୁର୍ଗନ୍ଧ ମଧ୍ୟ ହେଉଛି  l ସ୍ଥାନେ ସ୍ଥାନେ ନିର୍ମିତ ନଳା ଦୀର୍ଘଦିନ ସଫା ନ ହେବା ଫଳରେ ତାହା ଯାମ ହୋଇ ସେଥିରେ ପ୍ରବାହିତ ପାଣି ରାସ୍ତା ଉପରେ କ୍ରମାଗତ ଭାବରେ ବହିବା ଫଳରେ ବାଧ୍ୟ ହୋଇ ସାଧାରଣ ଲୋକେ ସେହି ନର୍ଦମା ପଚା ପାଣିରେ ଯିବା ଆସିବା କରିଥାନ୍ତି l ପୌରପରିଷଦ ପରିମଳ ବ୍ୟବସ୍ଥା ପାଇଁ ଠିକା ସଂସ୍ଥା ମାଧ୍ୟମରେ ମାସିକ ୨୨ ରୁ ୨୫ ଲକ୍ଷ ଟଙ୍କା କରୁଥିବା ଜଣାପଡିଛି ।  ଠିକା ସଂସ୍ଥା ଚାନ୍ଦା ବାବଦକୁ ମାସକୁ ୩ ରୁ ୫ ଲକ୍ଷ ଟଙ୍କା ଦେଉଛି  l ଶୁଖିଲା ,ଓଦା ଅଳିଆ ଆବର୍ଜନା ସ୍ଥାନାନ୍ତରିତ ପାଇଁ ୨0 ଟି ବ୍ୟାଟେରୀ ଚଳିତ ଗାଡି, ଟାଟାଏସି ଗାଡି 4ଟି, ଛୋଟ ବଡ଼ ଟ୍ରାକ୍ଟର ୮ ଟି, ବ୍ୟାଟେରୀ  ଚାଳିତ ଟାଟା ଏସି ୨ ଟି ସମୁଦାୟ 34 ଟି ଗାଡି ଦୈନିକ କାମରେ ବ୍ୟବହାର କରାଯାଉଛି 
 l ତଥାପି ସହରର ଅଳିଆ ଆବର୍ଜନା ସମ୍ପୂର୍ଣ୍ଣ ରୂପେ ସଫା ହୋଇ ପାରୁନାହିଁ l ସହରର ମୁଖ୍ୟ ରାସ୍ତା ଖୁଦୁପୁର ଛକ ଠାରୁ ସୀତାରାମ ଛକ ପର୍ଯ୍ୟନ୍ତ ରାସ୍ତାର  ପାର୍ଶ୍ୱରେ ଥିବା ନର୍ଦ୍ଦମା ଗୁଡିକ ଆଜି ପର୍ଯ୍ୟନ୍ତ ସଠିକ ରୂପେ ପୁନଃ ଉଦ୍ଧାର ହୋଇପାରିଲାନାହିଁ l ସହରର ୩ ନଂ ୱାର୍ଡ ରାଜାବଜାର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ନର୍ଦ୍ଦମା ଗୁଡିକ ମାଟିରେ ପୋତି ହୋଇ ଗଲାଣି l ୱାର୍ଡ ନଂ ୫ ରାଜା ବଜାର ଗଣେଶ ପେଣ୍ଡାଲ ପଛ ପାଖରୁ ଆରମ୍ଭ କରି ମଙ୍ଗଳା ମନ୍ଦିର, ଗଜପତି ନଗର ଭଗବତୀ ମନ୍ଦିର ପାଖରେ ଥିବା ନିର୍ମାଣଧୀନ ନାଳରେ ଢାଙ୍କୁଣୀ ନ ପକାଇବା ଫଳରେ ସେଥିରେ ମାଟି ପଶି ଯାମ ହେବା ଫଳରେ ବର୍ଷା ହେଲେ ନାଳ ପାଣି ଘରେ ପଶେ l ପୌରପରିଷଦର ନିର୍ବାହୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନବ ନିର୍ବାଚିତ ପୌରାଦ୍ଧକ୍ୟଙ୍କ ସହ ୨୩ ଗୋଟି କାଉନସିଲର ମାନଙ୍କ ମିଲି ଭଗତରେ ପୌରପରିଷଦ ଛାରଖାର । ସହରର ନାଳ ପାଣି ରାସ୍ତାରେ ଗଡି ଶିଉଳି ବସିଲାଣି ସ୍ଥାନୀୟ କାଉନସିଲରଙ୍କ ନିଦ ଭାଙ୍ଗୁନାହିଁ l ନିଜ ୱାର୍ଡରେ କୁଢ଼ କୁଢ଼ ଅଳିଆ ଜମାହୋଇ ପଚା ଗନ୍ଧେଇଲାଣି କାଉନସିଲରଙ୍କୁ ଦେଖାଯାଉନାହିଁ l ସଫେଇ ନାଁ ରେ ଲୋକଙ୍କ ଠାରୁ ଆଦାୟ କୋଟି କୋଟି ଟିକସ ଟଙ୍କା ହଡପ ଅଭିଯୋଗ ଆଣିଛନ୍ତି ଜଟଣୀ ବାସି l ଜଟଣୀ ପୌରପରିଷଦ ଦୁର୍ନୀତିର ଗନ୍ତାଘର l ଏହା ଭିଜିଲାନ୍ସ ତଦନ୍ତ ସାପକ୍ଷ ବୋଲି ବୁଦ୍ଧିଜୀବୀଙ୍କ ମତ ପ୍ରକାଶ ପାଇଛି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୮/୨୦୨୩---୯,୪୫ Sakhigopal News,31/8/2023

Blog Archive

Popular Posts