Breaking News

କିଆଝର ପଞ୍ଚାୟତରେ ପାନୀୟ ଜଳ ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା, ପଞ୍ଚାୟତ ବାସୀ ପାନୀୟ ଜଳ ପାଇବାରୁ ବଞ୍ଚିତ


ନୟାଗଡ ------  ଗ୍ରାମାଞ୍ଚଳରେ ଲୋକଙ୍କୁ ସୁଧ ପାନୀୟ ଜଳ ଯୋଗାଣ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀଙ୍କ ଆନ୍ତରିକତା ଅଭାବଓ ଖାମ ଖିଆଲି ମନୋଭାବ ଯୋଗୁ  କିଆଝର ପଞ୍ଚାୟତର ଜନସାଧାରଣ ହେଉଛନ୍ତି ହନ୍ତସନ୍ତ ।             
ପାନୀୟ  ଜଳ ଯୋଗାଣ ପାଇଁ, ଗାଁ ଗାଁରେ ରହିଛି ଷ୍ଟାଣ୍ଡ ପୋଷ୍ଟ, କିନ୍ତୁ ଏହି ଷ୍ଟାଣ୍ଡ ପୋଷ୍ଟରେ ପାନୀୟ ଜଳ ଯୋଗାଣ  ଦେଖାନାହିଁ।ବାରମ୍ବାର ଅଭିଯୋଗ କରୁଛନ୍ତି  ଗ୍ରାମ ବାସୀ । କିନ୍ତୁ ଫଳ ଶୂନ ।କିଆଝର ପଞ୍ଚାୟତରେ  ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଅତି ଶୋଚନୀୟ ହୋଇ  ଥିବାବେଳେ ଏ ଦିଗରେ ଖଣ୍ଡପଡ଼ା ବିଡ଼ିଓ ଏବଂ ଯନ୍ତ୍ରୀ ନିରବ ଦ୍ରଷ୍ଟା ସାଜିଛନ୍ତି। ଏଭଳି ଅବ୍ୟବସ୍ଥା ପଞ୍ଚାୟତରେ ଦୀର୍ଘଦିନ ଧରି ଲାଗ ରହିଛି । ଲୋକମାନଙ୍କୁ ପାଇପି ଯୋଗେ ଜଳ ଯୋଗାଣ ଉପହାସ ପାଲଟିଛି। ପଞ୍ଚାୟତରେ ପ୍ରାୟ ଗାଁରେ ରହିଥିବା ନଳକୂପ ଗୁଡିକ ମଧ୍ୟରେ ଲୁହାଳିଆ ରଙ୍ଗର ପାଣି ବାହାରୁଛି।ଏଥିମଧ୍ୟରୁ ସାତଗୋଛିଆ ଗାଁରେ ଥିବା ନଳକୂପ  ପାଣି ବ୍ୟବହାର କରି ଲୋକ ମାନେ ରୋଗର ଶିକାର ହେଉଛନ୍ତି।ପଞ୍ଚାୟତର ମାଣିକ ପୁର ଗାଁରେ ଏକ ନଳକୂପ ଥିବାବେଳେ ଏହି ନଳକୂପ ପାଣି ପିଇବା ତ ଦୂରର କଥା ଭାତ ରାନ୍ଧିବା ଉପଯୋଗୀ ନୁହେଁ। ଏଠାରେ ଥିବା ବାସିନ୍ଦା ମାନେ ପ୍ରାୟଏକ କିଲୋମିଟର ଯାଇ ଗହୀର ମଧ୍ୟରେ ଥିବା ଏକ ନାଳରୁ ପାଣି ଆଣି ବ୍ୟବହାର କରୁଛନ୍ତି। ସରକାର ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ବସୁଧା ଯୋଜନା ଆରମ୍ଭ କରିଥିଲେ ମଧ୍ୟ ଏହା ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ଲୋକମାନେ ପିଉଛନ୍ତି ଦୂଷିତ ପାଣି,ଏବଂ ପଡୁ ଛନ୍ତି ରୋଗରେ । ଏହି ଘଟଣା କୁ ନେଇ ଖଣ୍ଡପଡ଼ା, ବିଡ଼ିଓ ଏବଂ ନୟାଗଡ଼ ପାନୀୟଜଳ ଯୋଗାଣ ନିର୍ବାହୀଯନ୍ତ୍ରୀ ଙ୍କୁ   ଫୋନ ଯୋଗେ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଅଧିକାରୀ ମାନେ ଫୋନ ଉଠାଇ ନଥିଲେ।ପାନୀୟଜଳ ସମ୍ପର୍କରେ ନୟାଗଡ ଜିଲ୍ଲାପରିଷଦ  ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ କହିଛନ୍ତି ପାନୀୟଜଳ ସମ୍ପର୍କରେ ମୁଁ ଅଭିଯୋଗ ପାଇଲି ୨୪ଘଣ୍ଟା ମଧ୍ୟରେ କିପରି ପାନୀୟ ଜଳ ଯୋଗାଣ ହୋଇ ପାରିବ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୩୦/୮/୨୦୨୩-----୧୨,୪୫ Sakhigopal News,30/8/2023

Blog Archive

Popular Posts