ସହିଦ ନିଲାଚଲ ପଟେଲଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ପ୍ରସ୍ତାବ
ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକ ସଭାପତି ତଥା ପିସିସି ସଭ୍ୟ ରମେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସୁନାଲରମ୍ଭା ପଞ୍ଚାୟତ ବାଘପାଲି ଗ୍ରାମ ର ସହିଦ ନିଲାଚଲ ପଟେଲଙ୍କ ବାସଭବନ ଠାରେ ପହଞ୍ଚିଥିଲେ । ପରିବାର ମା ଓ ବଡଭାଇ ନୀଳାମ୍ବର ପଟେଲ ଙ୍କୁ ସମବେଦନା ଜଣାଇଥିଲେ । ସହିଦ ନୀଳାଚଲର ଏକ ପ୍ରତିମୂର୍ତ୍ତି ବାଘପାଲି ଛକ ଠାରେ ସ୍ଥାପନ ନିମନ୍ତେ ବିଶଦ ଭାବରେ ଆଲୋଚନା ହୋଇଥିଲା। ଏହି ପ୍ରସ୍ତାବ ଉପସ୍ଥିତ ଥିବା ପଡୋଶୀ ଓ ଉପସ୍ଥିତ ଭଦ୍ର ବ୍ଯକ୍ତି ସମୁହ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। କଂଗ୍ରେସ ପ୍ରତିନିଧି ଦଳରେ ମାଧବାନନ୍ଦ ସାହୁ, ନେହେରୁ ମହାକୁର, ହେମରତ୍ନ ମହାକୁର ଓ ଆକାଶ ଭୋଇ ଓ ଅନ୍ୟାନ୍ୟ ବହୁ ବିଶିଷ୍ଟ ଭଦ୍ରବ୍ୟକ୍ତି ମାନେ ଯୋଗ ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୧/୮/୨୦୨୩---୧,୪୫ Sakhigopal News,31/8/2023