Breaking News

>>
  • ବାଳିକା ସଚେତନତା ଶିବିର ଅନୁଷ୍ଠିତ
  • >>
  • ଜଟଣୀରେ ଜଳ ଯୋଗାଣ ବିପର୍ଯ୍ୟସ୍ଥ ; ବର୍ଷା ଦିନେ ଆସୁଛି ଗୋଳିଆ ପାଣି
  • >>
  • ୭୯ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
  • >>
  • ସାକ୍ଷୀଗୋପାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ, ୨୫୩ ପ୍ରକଳ୍ପ ରୁ ୫୪ଟି ପ୍ରକଳ୍ପ ସଙ୍କୁଳସ୍ତରକୁ ମନୋନୀତ
  • >>
  • ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲେ ୨୦ ମାସର ଶିଶୁକନ୍ୟା 'ଶ୍ରେୟାଶିଂ'
  • >>
  • ଆସାମୀକୁ ଗିରଫ କରିବା ଦାବିରେ ; ଗଡିଶାଗୋଦା ଥାନା ସମ୍ମୁଖରେ ମହିଳା ମାନେ ଧାରଣା ଦେଲେ
  • >>
  • ମନ୍ଦିରର ତାଲା ଭାଙ୍ଗି ଦୁବୁର୍ତ୍ତ ଠାକୁରାଣିଙ୍କ ଆଖି ତାଡିନେବା ସହିତ ସମସ୍ତ ଆସବାସପତ୍ର ଲୁଟିନେଲେ
  • >>
  • ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
  • >>
  • ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୯ ଗିରଫ
  • >>
  • ମାତିଲେଣି ଆତ୍ମ ଘୋଷିତ ସାମ୍ବାଦିକ , ମିଛ ଖବର ଛାପି ନିରୀହ ବ୍ୟକ୍ତିଙ୍କୁ କରୁଛନ୍ତି ବିଭ୍ରାଟ
  • >>
  • ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ଏଟିଭିଏମ ବ୍ୟବହାରରେ ପ୍ରଭାବଶାଳୀ ବୃଦ୍ଧି
  • >>
  • ଦଲାଲଙ୍କ କବଜାରେ "ତହସିଲ'କାର୍ଯ୍ୟାଳୟ; ତହସିଲ କାର୍ଯ୍ୟାଳୟରର ଲୁଚି ରହୁ ନାହିଁ ଗୋପନୀୟ ତଥ୍ୟ
  • >>
  • ସାକ୍ଷୀଗୋପାଳ - ଅଳଗୁମ ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ସର୍ଭେ କାମ ଶେଷ
  • >>
  • ବଜ୍ରାଘାତରେ ଗାଈ ଜଗୁଆଳଙ୍କ ମୃତ୍ୟୁ
  • >>
  • ସାକ୍ଷୀଗୋପିନାଥ ଦେବଙ୍କ ଚିତାଲାଗି ପର୍ବ ପାଳନ ଓ ଘରେ ଘରେ ଚିତଉପିଠା ବାସ୍ନାରେ ମହକିଲା
  • ଅଚଳ ସିମ୍ ଯୋଗୁଁ ୮୨ ହଜାର ଟଙ୍କା ଠକେଇ , ପୋଲିସ୍ ର କାର୍ଯ୍ୟାନୁଷ୍ଠାନ ପରେ ନିଜ ଟଙ୍କା ଫେରି ପାଇଲେ



    ଭଞ୍ଜନଗର - ନିଜ ଅଚଳ ସିମ୍ ଯୋଗୁଁ  ୮୨ ହଜାର ଟଙ୍କା ଠକାମିର ଶିକାର ହୋଇଥିଲେ । ଶେଷରେ ପୋଲିସ ର କାର୍ଯ୍ୟାନୁଷ୍ଠାନ ପରେ ନିଜ ଋଣ ଟଙ୍କା ଫେରି ପାଇଲେ ।  ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ନିକଟସ୍ଥ ବାସୁଦେବପୁର ଗାଁ ର ପ୍ରଦୀପ କୁମାର ପାତ୍ର । ଭଂଜନଗର ଥାନା ରେ ହୋଇଥିବା ଏତଲା ପ୍ରକାରେ  ଗତ ୧୦.୦୮.୨୩ ରେ ଏକ ମାମଲା ରୁଜୁ ହୋଇଥିଲା । ଥାନାଧିକାରୀ ଦେଇଥିବା ସୂଚନା ପ୍ରକାରେ ଭଂଜନଗର ଆଇଡିଏଫସି ବ୍ୟାଙ୍କ ଶାଖାରେ ନିଜ ଏକାଉଣ୍ଟ୍ ସହାୟତା ରେ  ଘର ତିଆରି ପାଇଁ ୨ ଲକ୍ଷ ଟଙ୍କା ଋଣ କରିଥିଲେ ପ୍ରଦୀପ ପାତ୍ର । ସେଥିରେ ନିଜ ଜିଓ ସିମ୍ ନମ୍ବର ସଂଯୋଗ ହୋଇଥିଲା । କିନ୍ତୁ ଉକ୍ତ ସିମ୍ କୁ ସେ ପ୍ରାୟ ଦେଢବର୍ଷ ହେଲା ବ୍ୟବହାର କରୁନଥିଲେ । ଫଳରେ ସଂପୃକ୍ତ କମ୍ପାନୀ ଉକ୍ତ ମୋବାଇଲ ନମ୍ବର କୁ , ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ହଳଦୀପଡିଆ ସ୍ଥିତ ଚନ୍ଦନ କୁମାର ଦାସ ଙ୍କୁ ଯୋଗାଇ ଦେଇଥିଲା । ସେହି ଅନୁସାରେ ପ୍ରଦୀପ ଙ୍କ ନାମରେ ମଞ୍ଜୁର ହୋଇଥିବା ଋଣ ଟଙ୍କା ର ଏସଏମଏସ୍  , ଚନ୍ଦନ ଙ୍କ ମୋବାଇଲ୍ କୁ ଯାଇଥିଲା । ଚନ୍ଦନ ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ଲିକେସନ ଜରିଆରେ ଉକ୍ତ ଟଙ୍କା କୁ  ନିଜ ନାମରେ ଥିବା ବ୍ୟାଙ୍କ୍ ଅଫ୍ ବରୋଦା ଏବଂ ତାଙ୍କ ମା ' ଙ୍କ ନାମରେ ଥିବା କାନାରା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ୮୨ ହଜାର ଟଙ୍କା ଟ୍ରାନ୍ସଫର କରି ନେଇଥିଲେ । ଏକଥା କୁ ଭଞ୍ଜନଗର ସଂପୃକ୍ତ ଆଇଡିଏଫସି ବ୍ୟାଙ୍କ କତୃପକ୍ଷ ଙ୍କ ଠାରୁ ଜାଣିବା ପରେ ଭଂଜନଗର ଥାନା ରେ ଏକ ଏତଲା ଦେଇଥିଲେ ପ୍ରଦୀପ ପାତ୍ର ।  ଭଂଜନଗର ପୋଲିସ ମାମଲା ରୁଜୁ କରି କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏବଂ ସଂପୃକ୍ତ ଅଭିଯୁକ୍ତ ଚନ୍ଦନ କୁ , ଧାରା ୩୭୯ / ୪୨୦ / ୩୪ ଆଇପିସି / ୬୬(ସି) ଆଇଟି ଆକ୍ଟ ରେ ଗିରଫ କରିବା ସହ ୮୨  ହଜାର ଟଙ୍କା ଜବତ କରିଥିଲା ପୋଲିସ  । ପରେ ପ୍ରଦୀପ କୁମାର ପାତ୍ର ଙ୍କୁ , ଉଧାର ହୋଇଥିବା ସମସ୍ତ ୮୨ ହଜାର ଟଙ୍କା କୁ ହସ୍ତାନ୍ତର କରିଥିଲା ଭଂଜନଗର ପୋଲିସ । ଏନେଇ ଥାନାଧିକାରୀ ଧିରେଶ କୁମାର ଦାସ , ଏବଂ ଭଞ୍ଜନଗର ଥାନା କର୍ମଚାରୀ ଏବଂ ଗଂଜାମ ଏସପି ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀପାତ୍ର । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୮/୨୦୨୩----୯,୪୫ Sakhigopal News,16/8/2023

    Blog Archive

    Popular Posts