Breaking News

ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାରେ ମେରି ମାଟି ମେରି ଦେଶ ପାଳିତ


ସାକ୍ଷୀଗୋପାଳ --- ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ସଭାଗୃହରେ +୨ ଓ +୩ ଜାତୀୟ ସେବା ଯୋଜନାର  ସ୍ବେଛାସେବୀ ମାନଙ୍କ ଦ୍ୱାରା  "ମେରି ମାଟି ମେରି ଦେଶ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ  ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ  l ଉକ୍ତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସତ୍ୟ ଶିବ ସୁନ୍ଦର ମିଶ୍ର ସଭାପତିତ୍ୱ କରି  ଦେଶସେବାରେ ମନୋନିବେଶ କରିବା ସହିତ ଜଣେ ଉତ୍ତମ ନାଗରିକ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ l  ମୁଖ୍ୟ ଅତିଥିଭାବେ ଅବସର ପ୍ରାପ୍ତ ସୈନିକ  ପ୍ରଭାକର ମିଶ୍ର ଯୋଗ ଦେଇ ନିଜ ଜୀବନରେ ଘଟିଥିବା ୧୯୯୯ କାର୍ଗିଲ ଯୁଦ୍ଧ ସମୟର ଅନୁଭୂତି ଛାତ୍ରଛାତ୍ରୀ ମାନଙ୍କ ଆଗରେ ବଖାଣି ଥିଲେ । ପ୍ରଫେସର ଧନୁର୍ଦ୍ଧର ମୁଦୁଲି ଏବଂ ସଂସ୍କୃତ ବିଭାଗର ଅଧ୍ୟାପିକା ସସ୍ମିତା ପ୍ରଧାନ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଜଣେ ଉତ୍ତମ ନାଗରିକ ହେବା ସହ ଦେଶପ୍ରେମ ରହିବା ପାଇଁଁ  ଆହ୍ୱାନ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ +୩  ତୃତୀୟ ବର୍ଷର ଛାତ୍ର ଶ୍ରୀ ମନୋଜ କୁମାର ସାହୁ  ଦେଶାତ୍ମକ ଗୀତ ପରିବେଷଣ କରିଥିବାବେଳେ ଛାତ୍ର ଶ୍ରୀ ନିରଞ୍ଜନ ନାୟକ "ମେରି ମାଟି ମେରି ଦେଶ " ଶୀର୍ଷକରେ ସରଗର୍ଭକ ଭାଷଣ ଦେଇଥିଲେ l  କାର୍ଯ୍ୟକ୍ରମଟିକୁ +୩ ଜାତୀୟ ସେବା ଯୋଜନାର ଅଧିକାରୀ ଡ଼ଃ ଶଙ୍କର୍ଷଣ ପ୍ରଧାନ ପରିଚାଳନା କରିଥିଲେ ।+୨ ଜାତୀୟ ସେବା ଯୋଜନାର ଅଧିକାରୀ ପ୍ରଫେସର ରତ୍ନାକର ସାହୁ ସଭାରେ ଅତିଥି ପରିଚୟ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଦେଶପ୍ରେମର ଶପଥ ପାଠ କରାଇଥିଲେ l  ଅଧ୍ୟାପିକା ସସ୍ମିତା ପ୍ରଧାନ  ଧନ୍ୟବାଦ ଦେଇଥିଲେ l ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ମହାବିଦ୍ୟାଳୟର ପରିସର ମଧ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୮/୨୦୨୩--୩,୨୫ Sakhigopal News,17/8/2023

Blog Archive

Popular Posts