ଗବକୁଣ୍ଡ ନୂଆନଈ ବନ୍ଧରୁ ୧୫୦ ଫୁଟ ଲମ୍ବର ଅତଡା ଧସିଲା ଆଖିପାଖ ଗ୍ରାମର ଲୋକମାନେ ଆତଙ୍କିତ, ଜଳସମ୍ପଦ ବିଭାଗ ଅଧିକାରୀ ଓ ଠିକାଦାର ମାଲାମାଲ
ସାକ୍ଷୀଗୋପାଳ ----- ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ଗବକୁଣ୍ଡ ନୂଆନଈ ପୂର୍ବ ପଟ ବନ୍ଧରୁ ଗୁରୁବାର ୧୫୦ ଫୁଟ ଲମ୍ବର ମାଟି ଅତଡା ନଈ ଭିତରକୁ ଧସି ଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଆଗାମୀ ବନ୍ୟାକୁ ନେଇ ଆତଙ୍କିତ ସୋଇପଡିଛନ୍ତି । ନଦୀ ବନ୍ଧ ଠାରୁ ୧୦ ଫୁଟ ତଳକୁ ମାଟି ନଈ ଭିତରକୁ ଦବିଯାଇଛି । ଆସନ୍ତା ସେପ୍ଟେମ୍ବର ଓ ଅକ୍ଟୋବରର ମାସରେ ସାମ୍ଭାବ୍ୟ ବନ୍ଯା ପାଇଁ ସ୍ଥାନୀୟ ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ପ୍ରତିବର୍ଷ ଏହି ନିର୍ଦ୍ଦିଷ୍ଟ ସ୍ଥାନରେ ନଦୀ ବନ୍ଧରୁ ମାଟି ଅତଡା ଖାଉଛି । ବିଭିନ୍ନ ଗଣମାଧ୍ୟମରେ ଏ ଖବର ପ୍ରକାଶ ପାଇବା ପରେ ଜଳସଂପଦ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥାଏ । ଏହାର ମରାମତି ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇ ମରାମତି ହୋଇଥାଏ । ଯେଉଁ ମରାମତି କରାଯାଇଥାଏ ତାହା କେବଳ ଜଳ ସମ୍ପଦ ଅଧିକାରୀ ଓ ଠିକାଦାର ପୋଷାଯାଇଥାନ୍ତି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ନଦୀ ବନ୍ଧ ଦାବିବା ଖବର ପ୍ରକାଶିତ ହେବା ପରେ ସେଠାରେ ରାଜନେତାଙ୍କ ଗହଳି ଲାଗିଥାଏ। ସେମାନଙ୍କ କୁଜି ନେତାଙ୍କ ସହିତ ସେଠାରେ ପହଞ୍ଚି ଖୁବଶୀଘ୍ର ବନ୍ଧ ମରାମତି କରାଯିବ। ପଥର ପ୍ଯାକିଂ କରାଯାଇ ସବୁଦିନ ପାଇଁ ଏହାର ସ୍ଥାୟୀ ସମାଧାନ କରାଯିବ ବୋଲି ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥାନ୍ତି । କିନ୍ତୁ ନେତା ମାନଙ୍କର ପ୍ରତିଶ୍ରୁତି ପାଣିର ଗାର ସଦୃଶ୍ୟ ହୋଇଥାଏ । କାହିଁକି ଉକ୍ତ ବନ୍ଧର ସ୍ଥାୟୀ ପ୍ରତିକାର କରାଯାଉନାହିଁ । ବିଗତ ଦିନରେ ଏହି ନଦୀ ବନ୍ଧ ମରାମତି କରାଯାଇଥିଲା ତାହାର ଭିଜିଲାନ୍ସ ତଦନ୍ତ କରାଯିବାକୁ ବ୍ରଜକିଶୋର ପାଇକରାୟ,ମନୋଜ ପାତ୍ର, ବଟକ୍ରୁଷ୍ଣ ପାଇକରା, ସଦାଶିବ ଦାସ, ଦୁର୍ଗାଚରଣ ପାଇକରାୟ, କାଳନ୍ଦୀ ପାଣ୍ଡି ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି । ସୁଚନା ଯୋଗ୍ୟ ଯେ ବିଗତ ଦିନରେ ଏହି ସ୍ଥାନରେ ବନ୍ଧ ଭାଙ୍ଗି ଘାଇ ସ୍ଥାନୀୟ ଲୋକମାନଙ୍କ ଘରଦ୍ବାର ଭାଙ୍ଗିବା ସହିତ ଅନେକ ଫସଲ ନଷ୍ଟ ହୋଇଥିଲା। ନୂଆନଈ ବନ୍ଧ ମାଟି ଅତଡା ମରାମତି ବାବଦରେ ପୁରୀ ଜଳସଂପଦ ବିଭାଗ ଅଧିକାରୀ ଓ ଠିକାଦାର ଙ୍କ ଅର୍ଥ ଉପାର୍ଜନର ଏକ ମାଧ୍ଯମ ବୋଲି ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଗବକୁଣ୍ଡ ଠାରୁ ନୂଆଗାଁ ପୋଲ ପର୍ଯ୍ୟନ୍ତ ନଦୀ ମଝିରେ ରହିଥିବା ମାଟିକୁ ବନ୍ଧର ଉଭୟ ପାର୍ଶ୍ୱରେ ପକାଇବା ପାଇଁ ଚଳିତ ବର୍ଷ ଜଳସଂପଦ ବିଭାଗ ପକ୍ଷରୁ ବ୍ୟୟବରାଦ କରାଯାଇ ଠିକାଦାର ଦ୍ୱାରା କାମ କରାଯାଇଛି । ବନ୍ଧର ଉଭୟ ପାର୍ଶ୍ୱରେ ସେହି ମାଟି ପକାଯାଇ ନଥିଲା କି ପଥର ପ୍ଯାକିଂ କରାଯାଇ ନଥିଲା । ଯଦି ବନ୍ଧକୁ ଲଗାଇ ମାଟି ପକାଯାଇ ପଥର ପ୍ଯାକିଂ କରାଯାଇ ଥାନ୍ତା ତାହେଲେ ଏହି ଅବସ୍ଥା ହୋଇନଥାନ୍ତା ବୋଲି ଗ୍ରାମବାସୀ କହନ୍ତି । ନୂଆନଈ ଶଯ୍ଯା ଖନନ ମାଟି କୁଆଡେ ଗଲା ତାହାର ହିସାବ ଜଳସଂପଦ ବିଭାଗ ପକ୍ଷରୁ ସର୍ବସାଧାରଣ ରେ ପ୍ରକାଶ କରିବାକୁ ସ୍ଥାନୀୟ ଗ୍ରାମବାସୀ ମାନେ ଦାବି କରିଛନ୍ତି । ତେବେ ପୁରୀ ଜଳସଂପଦ ବିଭାଗ ପକ୍ଷରୁ ତୁରନ୍ତ ଜମାରସୁଆଁ ଗ୍ରାମର ଛପରବନ୍ଦି ଛକ ନିକଟରେ ନଦୀକୁ ଧସି ଯାଇଥିବା ବନ୍ଧକୁ ଯୁଦ୍ଧକାଳୀନ ଭିତିରେ ମରାମତି କରାଯିବାକୁ ଜନସାଧାରଣ ଦାବି କରିଛନ୍ତି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୫/୮/୨୦୨୩----୭,୨୫ Sakhigopal News,25/8/2023
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୫/୮/୨୦୨୩----୭,୨୫ Sakhigopal News,25/8/2023