ଛାତ୍ରର ମୃତ୍ୟୁ ଘଟଣା ରେ କ୍ଷତି ପୂରଣ ଓ ସ୍କୁଲ କର୍ତ୍ତୃପକ୍ଷ ଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ଦାବି ରେ ରାସ୍ତାରୋକ
କନ୍ଧମାଳ --- ବାଟାଗୁଡା ଶ୍ରେବାସମ ସ୍କୁଲ ସାମ୍ନାରେ ମୃତ ଛାତ୍ର ଙ୍କ ମୃତ ଦେହ ରଖି ରାସ୍ତା ଅବରୋଧ କରିଛନ୍ତି ପରିବାର ଓ ସ୍ଥାନୀୟ ବାସିନ୍ଦା l
ରାସ୍ତା ଅବରୋଧ ପରେ ବାଲିଗୁଡା ରୁ ତୁମୁଡିବନ୍ଧ -କୋଟଗଡ-କଳାହାଣ୍ଡି-ରାୟଗଡା ମଧ୍ୟରେ ଯାତାୟାତ ଠପ ହୋଇଛି l ଛାତ୍ର ମୃତ୍ୟୁ ଘଟଣା ରେ ଉପଯୁକ୍ତ କ୍ଷତି ପୂରଣ ଦାବି ସହ ଛାତ୍ର ମୃତ୍ୟୁ ଘଟଣା ରେ ସ୍କୁଲ କର୍ତ୍ତୃପକ୍ଷ ଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ କରିଛନ୍ତି ମୃତ ଛାତ୍ର ଙ୍କ ପରିବାର ଓ ସ୍ଥାନୀୟ ବାସିନ୍ଦା l ଗତକାଲି ଶ୍ରେବାଶ୍ରମ ସ୍କୁଲ ହଷ୍ଟେଲ ରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା l ମୃତ ଛାତ୍ର ଜଣକ ହେଲେ କୋଟଗଡ଼ ଥାନା ଓରା ଅଂଚଳ ର ସତ୍ୟାନନ୍ଦ ନାୟକ l ଆଜି ବାଲିଗୁଡା ମେଡିକାଲ ରେ ଶବ ବ୍ୟବଛେଦ ପରେ ମୃତ ଦେହ ଧରି ପରିବାର ଲୋକ ନିଜ ଗାଁ କୁ ଯାଉଥିବା ସମୟରେ ବାଟାଗୁଡା ଶ୍ରେବାସମ ସ୍କୁଲ ନିକଟରେ ମୃତ ଦେହ ରଖି ରାସ୍ତା ଅବରୋଧ କରିଛନ୍ତି l ବାଲିଗୁଡା ପୋଲିସ ଓ ବାଲିଗୁଡା ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତାରୋକ ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ମାନେ। କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୭/୮/୨୦୨୩----୯,୩୫ Sakhigopal News,27/8/2023