Breaking News

ସାକ୍ଷୀଗୋପାଳ ମନ୍ଦିର ପରିସର ସଫେଇ କଲେ ଗୁରୁକୂଳର ଛାତ୍ରଛାତ୍ରୀ



ସାକ୍ଷୀଗୋପାଳ ---- ଗହ୍ମାପୂର୍ଣ୍ଣମୀ ଅବସରରେ ସତ୍ୟବାଦୀ ଗୁରୁକୂଳ ଆଥେଲେଟିକର ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ମିଶ୍ର ଙ୍କ ତତ୍ୱବଧାରଣରେ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିରର  ଗଭଗୃହ, କଳାହାଟ ଦ୍ୱାର, ନବଗ୍ରହ ଦ୍ୱାର, ଜଗମୋହନ, ମନ୍ଦିର ବେଡା ପରିସର, ଗଣେଶ ମନ୍ଦିର, ସିଂହଦ୍ୱାର, ପାଦପ୍ରକ୍ଷାଳନ, ଖଟଣି ରୋଷଘର, ପିତଳ କବାଟ ସଫେଇ କରାଯିବା ସହ ମନ୍ଦିର କବାଟରେ ରଙ୍ଗ ଲଗାଇଥିଲେ । ଏହି ସଫେଇ କାର୍ଯ୍ୟକ୍ରମରେ ଦୌଡରାଣୀ ଆନ୍ତର୍ଗାତୀୟ ପାରାଆଥେଲେଟ ଜୟନ୍ତୀ ବେହେରାଙ୍କ  ସହିତ ଫିଜିଓଥୋରାପିଷ୍ଟ ଡ,କାଜଲ ଗୋୟେଲ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ, ମନ୍ଦିର ସୁଫରଭାଇଜର ବିଶ୍ୱନାଥ ମହାପାତ୍ର, ସେବାୟତ କିଶୋର ଚନ୍ଦ୍ର ମହାପାତ୍ର ଓ ଆଲୋକ ଖୁଣ୍ଠିଆ ପ୍ରମୁଖ ସେବାୟତ ମାନେ ସଫେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୮/୨୦୨୩---୭,୧୦   Sakhigopal News, 30/8/2023


Blog Archive

Popular Posts