>>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • >>
  • ସିଏସବି ଜିଲ୍ଲା ସ୍କୁଲରେ ସମ୍ବର୍ଦ୍ଧନା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ
  • >>
  • ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
  • >>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • >>
  • ସତ୍ୟବାଦୀ ରେ ବ୍ୟାସ ପୂର୍ଣିମାରେ ଗୁରୁପୂଜନ
  • >>
  • ସତ୍ୟବାଦୀରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ସହିତ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ
  • >>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • ମକାଚାଷ ବିଲ ନିକଟରେ ଗାଇବଳଦ ଚରାଇବାକୁ କେନ୍ଦ୍ର କରି ଗଣ୍ଡଗୋଳ , ବନ୍ଧୁକରେ ଗୁଳିକରି ହତ୍ୟା

                      


    ଦାରିଙ୍ଗବାଡ଼ି-----କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କାଟିଙ୍ଗିଆ ପଞ୍ଚାୟତର ଖାରିଗୁଡ଼ା ଗ୍ରାମର ମାଦିପଡ୍ରା (୫୫) ଙ୍କୁ ହତ୍ୟା କରାଯାଇଛି।  ପଣସପଦର ଗ୍ରାମର ଆକାଶ ପଡ୍ରା (୩୨) ମକାଚାଷ ପଦର ନିକଟରେ ଗାଇବଳଦ ଚରାଇବାକୁ କେନ୍ଦ୍ର କରି ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଦେଶୀ ବନ୍ଧୁକରେ ଗୁଳିକରି ହତ୍ୟା  କରିଥିବା  ମୃତ ମାଦିଙ୍କ ପୁଅ ଧର୍ମେନ୍ଦ୍ର ପଡ୍ରା (୨୦) ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଗତକାଲି ମାଦିପଡ୍ରା ଚାଷ କାମସାରି ଗ୍ରାମ ନିକଟ ପାହାଡ଼ କୁ ଗାଇବଳଦ ଚରାଇବାକୁ ନେଇଥିଲେ । ହେଲେ ସନ୍ଧ୍ୟା ପୂର୍ବରୁ ଗାଇବଳଦ ପାହାଡ଼ରୁ ଗାଁକୁ ଫେରିଥିଲେ ମଧ୍ୟ ମାଦିପଡ୍ରା ଘରକୁ ଫେରି ନଥିଲେ । ସନ୍ଧ୍ୟା ହୋଇଯାଇଥିଲେ ମଧ୍ୟ  ବାପା ଘରକୁ ଫେରିନଥିବା ନେଇ ଚିନ୍ତାରେ ପଡ଼ି ପରିବାର ଲୋକେ ଖୋଜିଯିବାକୁ ପାହାଡ଼କୁ ଯାଇ ଥିଲେ। ବିଭିନ୍ନ ସ୍ଥାନରେ ଖୋଜା ଖୋଜି କଲାପରେ ମକା ଚାଷ ପଦର ନିକଟରେ  ଗୁଳିବିଧ ମୃତ ଶିରୀର ଦେଖିଥିଲେ । ଏହାପରେ ପରିବାର ଲୋକ ଗ୍ରାମକୁ ଆସି ଗ୍ରାମ ବାସୀଙ୍କୁ ଘଟଣା ସମ୍ପର୍କରେ  କହିଥିଲେ । ଗାଁ ଲୋକ ଙ୍କ ଆଲୋଚନା ପରେ କିଛି ଲୋକଙ୍କ ସୂଚନା ଆଧାରରେ  ଜାଣିଥିଲେ ଯେ ମକା ଚାଷର ମାଲିକ ତଥା ଉକ୍ତ ଗ୍ରାମର ନିକଟ ପଣସପଦର ଗ୍ରାମର ଆକାଶ ପଡ୍ରା ମକା ଫସଲକୁ ଗାଈବଳଦ ଖାଇବାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ମାତ୍ର ଆକାଶ ଧରିଯାଇଥିବା ଦେଶୀ ବନ୍ଧୁକରେ  ଗୁଳି କରି ହତ୍ୟା କରିଥିବା ଜାଣିଥିଲେ। ଏହାପରେ ଗ୍ରାମ ବାସୀଙ୍କ ସହଯୋଗରେ ଗତ ରାତିରେ ବ୍ରାହ୍ମଣୀଗାଁ ଥାନାରେ ପହଞ୍ଚି ଧର୍ମେନ୍ଦ୍ର ପଡ୍ରା ଲିଖିତ ଅଭିଯୋଗ କରିଥିଲେ । ଆଜି ଏହି ଘଟଣାରେ କେଶ ନଂ-୧୦୬/୨୦୨୩ ରୁଜୁ କରି ସାଇଣ୍ଟିଫିକ ଟିମ ସହିତ ଥାନା ଅଧିକାରୀ ଚାପଧାରୀ ପ୍ରଧାନ, ଏସ ଆଇ ଅମରେନ୍ଦ୍ର ସୁବୁଦ୍ଧି, ଏ ଏସ ଆଇ ରମାକାନ୍ତ ସେଠିଙ୍କ ସହିତ ପୋଲିସ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦକୁ ପଠାଇଛନ୍ତି।  ଆକାଶ ପଡ୍ରାଙ୍କୁ ଗିରଫ କରିଥିବା ସହ ବନ୍ଧୁକ ଜବତ କରି ଅଧିକ ତଦନ୍ତ ଚଳାଇଥିବା ଥାନା ଅଧିକାରୀଙ୍କ ସୂଚନା ଦେଇଛନ୍ତି ।
    ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ ,୨୬/୮/୨୦୨୩----୮,୫୦ Sakhigopal News,26/8/2023

    Blog Archive

    Popular Posts