Breaking News

ଥୁଆପାଲି ଛକ ଠାରୁ ରେମଣ୍ଡା ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି


ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଛକ ଠାରୁ ରେମଣ୍ଡା କୁ ଯିବା ରାସ୍ତାଟି ବରଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଛି। ଏହି ରାସ୍ତାଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ ହେବା ପରେ ରାସ୍ତା ନିର୍ମାଣ ହୋଇଥିଲା। ଏବେ ଏହି ରାସ୍ତା କଂକ୍ରିଟ ଉଠି ଗାତ ସୃଷ୍ଟି ହେଲାଣି ଓ ପାଣି ନିଷ୍କାସନ ପାଇଁ ଯେଉଁ ଛୋଟଛୋଟ ବ୍ରିଜ ନିର୍ମାଣ ହୋଇଥିଲା, ସେଠାରେ ମଧ୍ୟ ଗାତ ସ୍ରୁଷ୍ଟି ହୋଇଯାଇଛି । ଫଳରେ ଯିବା ଆସିବା କଷ୍ଟକର ହୋଇପଡିଛି । ଏହି ରାସ୍ତା ରେ ପ୍ରତି ଦିନ ସ୍କୁଲ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଓ ଜନସାଧାରଣ ଯିବା ଆସିବା କରିବା ସମୟରେ ଛୋଟ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏଥିପ୍ରତି ବରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି। ନଚେତ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମବାସୀ ମାନେ କହିଛନ୍ତି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୧/୮/୨୦୨୩-----୧,୫୦ Sakhigopal News,31/8/2023

Blog Archive

Popular Posts