କୋମଣ୍ଡ ସାର ଦୁର୍ନିତୀ ଘଟଣା, ସଭାପତିଙ୍କ ଆଡକୁ କଥା ଏଡେଇ ଦେଲେ ସମ୍ପାଦକ
ଓଡ଼ଗାଁ:- ଓଡ଼ଗାଁ ବ୍ଳକ କୋମଣ୍ଡ ପାକ୍ସରେ ଚଞ୍ଚକତା ନେଇ ଗତକାଲି ଖବର ପ୍ରକାଶ ପାଇଥିଲା। ପୁଣି ପାକ୍ସ ସମ୍ପାଦକ ଲିଙ୍ଗରାଜ ସାହୁ ମୁଁ ଟଙ୍କାଟିଏ ଖର୍ଚ୍ଚ କରିନାହିଁ। ଆମ ପାକ୍ସର ସବୁ ଦାୟିତ୍ୱ ସଭାପତି ଙ୍କର । ସେ ଆପଣଙ୍କୁ କଣ କହିଥିବେ ମୁଁ ଜାଣିନି। ଏବଂ ଗଣମାଧ୍ୟମ ପାଖରେ ଯାହା ପ୍ରମାଣ ଅଛି ମୁଁ ଜାଣିନି ଏବଂ ଆପଣ ଯାହା ଅନ୍ୟାନ୍ୟ ଭାଉଚର୍ ଓ କାଗଜପତ୍ର ବିଷୟରେ ଜାଣିବାକୁ ଚାହୁଁଛନ୍ତି ଆମର ଉପର ଅଫିସରଙ୍କ ପାଖରେ ପାଇବେ ବୋଲି କହି ଗାଲୁ ପେଲିବା ସହିତ ପାକ୍ସ ସଭାପତିଙ୍କ ଆଡକୁ କଥା ଏଡେଇ ଦେଇଛନ୍ତି। ତେବେ ନୟାଗଡ଼ ରୁ କୋମଣ୍ଡ ପାକ୍ସ ପର୍ଯ୍ୟନ୍ତ ସାର ଆସିବା ଯାଏ ସମସ୍ତ ଦାୟିତ୍ୱ ସମ୍ପାଦକଙ୍କ ଦାୟିତ୍ୱ ରେ ଥିବାବେଳେ ସେ ଏ ବିଷୟରେ ଜାଣିନାହାନ୍ତି ବୋଲି କହିବା "ଚୋରୀ ପୁଣି ସିହ୍ନା ଚୋରୀ" ସହିତ ସମାନ। ବିଗତ ଦିନରେ ନୟାଗଡ଼ ରୁ ସାର ଆଣି କଟକ ରୁ ସାର ଆସିଛି ଦର୍ଶାଇ ସମୁଦାୟ ୪୦ହଜାର ଖର୍ଚ୍ଚ ନେଇ ଗଣମାଧ୍ୟମ ହାତରେ ସୁରାକ୍ ଲାଗିଛି। କିନ୍ତୁ ପାକ୍ସ ରେ ସେମିତି କୌଣସି ଟଙ୍କା ଚଞ୍ଚକତା ହୋଇନଥିବା କହି କଥାକୁ ଏଡାଇ ଦେଇ ସଭାପତି ପ୍ରଶାନ୍ତ ମିଶ୍ରଙ୍କ ମୁଣ୍ଡରେ ନଡିଆ ପିଟିଛନ୍ତି ସମ୍ପାଦକ ଲିଙ୍ଗରାଜ ସାହୁ। ତେବେ ଏହାର ରୀତିମତ ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ସଦସ୍ୟମାନେ କହିଛନ୍ତି। ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇ ଙ୍କ ରିପୋର୍ଟ,୨୨/୮/୨୦୨୩----୨,୧୦ Sakhigopal News,22/8/2023