Breaking News

କିଷ୍ଟ କଲେଜ ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର



ଜଟଣୀ, -----: କିଷ୍ଟ କଲେଜ ନିକଟରୁ ଜଣେ ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତ ବୃଦ୍ଧଙ୍କ ପରିଚୟ ମିଳିପାରି ନଥିବା ବେଳେ ତାଙ୍କର ବୟସ ପାଖା ପାଖି ୮୦ବର୍ଷ ହେବ ବୋଲି ଅନୁମାନ କରୁଛି ପୁଲିସ। ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଆଜି କିଷ୍ଟ କଲେଜ ନିକଟରେ ବୃଦ୍ଧ ଜଣଙ୍କ ଅଚେତ୍ ଅବସ୍ଥାରେ ପଡ଼ିଥିବା ଖବର ପାଇ ପୁଲିସ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତଦେହକୁ ଶବ ବ୍ୟବଛେଦ ପରେ ବ୍ୟବଛେଦ ଗୃହରେ ରଖାଯାଇଥିବା ସୂଚନା ମିଳିଛି। ଏ ନେଇ ଥାନାରେ ଏକ ମାମଲା ରୁଜ୍ଜୁ କରି ପୁଲିସ ତଦନ୍ତ ଚଳାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨/୮/୨୦୨୩----୯,୧୦ Sakhigopal News,22/8/2023

Blog Archive

Popular Posts