Breaking News

ଜଟଣୀର ବିଭିନ୍ନ ସ୍ଥାନରେ ୭୭ ତମ ସ୍ବାଧିନତା ଦିବସ ପାଳିତ




ଜଟଣୀ,--: ଜଟଣୀ ର ବିଭିନ୍ନ ସ୍ଥାନରେ ୭୭ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ଖୋର୍ଦ୍ଧାରୋଡ୍‌ ରେଳ ମଣ୍ଡଳ ପକ୍ଷରୁ ୭୭ତମ ସ୍ବାଧିନତା ଦିବସ ପାଳିତ ଅବସରରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରେଳ ମଣ୍ଡଳ ପ୍ରବନ୍ଧକ ହରବିନ୍ଦର ସିଂ ବାଜୱା ଯୋଗଦେଇ ପତାକା ଉ‌ତ୍ତୋଳନ କରିଥିଲେ। ଏହି ଅବସରରେ କାର୍ଯ୍ୟକ୍ରମରେ ଆରପିଏଫ୍‌ ର ଦୁଇଟି ପ୍ଲାଟୁନ୍‌ ଫୋର୍ସ, ସ୍କାଉଟ୍‌ ଗାଇଡ୍‌ର ଗୋଟିଏ, କେନ୍ଦ୍ରୀୟ ବିଦ୍ୟାଳୟର ଗୋଟିଏ ପ୍ଲାଟୁନ୍‌, ରେଳବାଇ ବିଦ୍ୟାଳୟର ଗୋଟିଏ ପ୍ଲାଟୁନ୍‌ ଓ ଗୋଟିଏ ବ୍ୟାଣ୍ଡ ଟିମ୍‌ ଯୋଗଦେଇ ରେଳବାଇ ଗ୍ରାଉଣ୍ଡରେ ବିଭିନ୍ନ ପ୍ରକାର ସୋ’ ପ୍ରଦର୍ଶିତ କରିଥିଲା। କାର୍ଯ୍ୟକ୍ରମରେ ରେଳ ପ୍ରବନ୍ଧକ ଶ୍ରୀ ବାଜୱା ଆରପିଏଫ୍‌ର ଏସ୍‌ଆଇ ଅକ୍ଷୟ କୁମାର ବାରିକ ଓ ଏସ୍‌ଆଇ ଅମିୟ କୁମାର ସାହୁଙ୍କୁ ‘ଡିଜିଆଇଏସ୍‌ଡି’ ଆୱାର୍ଡ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅତିଥିଭାବେ ପୂର୍ବତଟ ରେଳବାଇ ମହିଳା ୱେଲଫାୟାର ଆସୋସିଏସନ୍‌ ର ସଭାପତି ଗୌରସିମ୍ରନ କଉର, ଏଡିଆରଏମ୍‌ ସୁଭ୍ରଜ୍ୟୋତି ମଣ୍ଡଳ ଯୋଗଦେଇଥିଲେ।ସେହିପରି ଜଟଣୀ ପୌରପାଳିକା ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ୭୭ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ଅନନ୍ତ ବେହେରା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ରହି ପତାକା ଉ‌ତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମରେ ପୌର କର୍ମଚାରୀ, ବିଭିନ୍ନ ୱାର୍ଡର କାଉନ୍‌ସିଲର ମାନେ ଉପ‌ସ୍ଥିତ ଥିଲେ।ସେହିପରି ଜଟଣୀ ଅରୁଗୁଳ ସ୍ଥିତ ଭାରତୀୟ ପ୍ରୌଦ୍ୟୋଗିକୀ ସଂସ୍ଥାନ (ଆଇଆଇଟି) ପରିସରରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷ ‘ଦେଶ ପ୍ରଥମେ, ସର୍ବଦା ପ୍ରଥମେ’ ଶୀର୍ଷକ ବିଷୟବସ୍ତୁକୁ ନେଇ ସ୍ବାଧିନତା ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର୍ ଶ୍ରୀପଦ କର୍ମାଲକର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ଭାବେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ପ୍ରଫେସର୍ କର୍ମାଲକର କହିଥିଲେ ଯେ, ଭାରତର ସ୍ୱାଧୀନତା ପାଇଁ ଆନ୍ଦୋଳନ କରିଥିବା ବୀର ଶହୀଦ ଏବଂ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସ୍ମରଣ କରିଥିଲେ। ବ୍ରିଟିଶ୍ ଶାସକଙ୍କ ବିରୁଦ୍ଧରେ ବକ୍ସି ଜଗବନ୍ଧୁ ଓ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ୧୮୧୭ରେ ସଂଘଟିତ ଭାରତର ସ୍ୱାଧୀନତା ଦିଗରେ ପ୍ରଥମ ବିଦ୍ରୋହ ଓଡ଼ିଶାର ବୀର ପାଇକମାନଙ୍କ ଆନ୍ଦୋଳନ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ। ବିବିଧତା ମଧ୍ୟରେ ଏକତା ଭଳି ମୂଲ୍ୟବୋଧ ଉପରେ ଗୁରୁତ୍ୱଆରୋପ କରି ସେ ଆଇଆଇଟି ଭୁବନେଶ୍ୱରର ସମସ୍ତ ସଦସ୍ୟଙ୍କୁ ମୁକ୍ତ ମାନସିକତା ସହ ବିବିଧ ଚିନ୍ତାଧାରାକୁ ସହୃଦୟତାର ସହ ଗ୍ରହଣ କରିବା ପାଇଁ ଉଦ୍‌ବୁଦ୍ଧ କରିଥିଲେ। କାର୍ଯ୍ୟକ୍ରମରେ ରେଜିଷ୍ଟ୍ରାର୍ ବାମଦେବ ଆଚାର୍ଯ୍ୟ, ଡିନ୍ (ଷ୍ଟୁଡେଣ୍ଟ୍ ଆଫାୟାର୍ସ୍‌) ପ୍ରଫେସର୍ ରାଜେଶ ରୋଶନ ଦାଶ, ପ୍ରଫେସର୍ ଇନ୍‌-ଚାର୍ଜ୍ ଏକ୍ସଟ୍ରା-ଏକାଡେମିକ୍ ଆକ୍ଟିଭିଟିଜ୍ ଶ୍ରୀନିବାସ ରାମାନୁଜମ କନ୍ନନ ପ୍ରମୁଖ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଆଇଆଇଟି ଭୁବନେଶ୍ୱରର ଛାତ୍ରଛାତ୍ରୀ, କର୍ମଚାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୮/୨୦୨୩----୯,୪୫ Sakhigopal News,17/8/2023

Blog Archive

Popular Posts