Breaking News

ପିସି କାରବାର ଓ ଦୁର୍ନୀତି ବିରୋଧରେ କଂଗ୍ରେସ ପକ୍ଷରୁ ଜଟଣୀ ବ୍ଲକ ଘେରାଉ



ଜଟଣୀ ----ପିସିସି ସଭାପତି ଶରତ ପଟ୍ଟନାୟକ ଙ୍କ ଆହ୍ୱାନରେ କଂଗ୍ରେସ ପକ୍ଷରୁ ଆଜି ସରକାର ଙ୍କ ବ୍ୟାପକ ପିସି କାରବାର ଓ ଦୁର୍ନୀତି ବିରୋଧରେ ସାରା ରାଜ୍ୟରେ ପ୍ରତିବାଦ ସହ ବ୍ଲକ କର୍ଯ୍ୟାଳୟକୁ ଘେରାଉ କରାଯାଇଛି ।  ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ କାର୍ଯ୍ୟାଳୟ କୁ ମଧ୍ୟ କଂଗ୍ରେସ ପକ୍ଷରୁ ଘେରାଉ କରାଯାଇଛି |ଉଭୟ ଜଟଣୀ ବ୍ଲକ ଓ ନଗର କଂଗ୍ରେସ କର୍ମକର୍ତ୍ତା ମାନେ ବିଧାୟକ ସୁରେଶ ରାଉତରାୟ ଙ୍କ ଉପସ୍ଥିତିରେ ବ୍ଲକ ଘେରାଉ କରାଯିବା ସହ ବିଡ଼ିଓଙ୍କ ଜରିଆରେ ଏକ ଦାବିପତ୍ର ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି |କଂଗ୍ରେସର ଅଭିଯୋଗ ଅନୁଯାୟୀ ବ୍ଲକରେ ଦିନକୁ ଦିନ ପିସି କାରବାର ବଢ଼ି ଚାଲିଛି । ବିନା ପିସିରେ କୌଣସି କାମ ହେଉନାହିଁ । ଖାଲି ପିସି ନୁହେଁ ସମସ୍ତ ଅଧିକାରୀ ଦୁର୍ନୀତି ଗ୍ରସ୍ତ ହୋଇ ପଡିଲେଣି ବୋଲି କଂଗ୍ରେସ ଅଭିଯୋଗ କରିଛି । ପେଟ୍ରୋଲ, ଡିଜେଲ, କିରୋସିନ ଠାରୁ ଆରମ୍ଭ କରି ଡାଲି, ଚାଉଳ, ତେଲ, ଲୁଣ ଇତ୍ୟାଦିର ଅହେତୁକ ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି । ଯାହାକୁ ନେଇ ଖାଉଟି ଏବେ ଚିନ୍ତାରେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ  ଭାବେ ସଲା ସୁତୁରା କରି ବ୍ୟାପକ ଦୁର୍ନୀତି ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଗୁଡିକର ଅହେତୁକ ମୂଲ୍ୟ ବୃଦ୍ଧି କରି ଜନସାଧାରଣଙ୍କୁ ଲୁଟ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ଜଟଣୀ କଂଗ୍ରେସ ପକ୍ଷରୁ ଅଶୋକ ମଙ୍ଗରାଜ, ସୁନୀଲ ରାଉତରାୟ, ସରପଞ୍ଚ ଅହଲ୍ୟା ନାୟକ, ନୌସର ଅଲ୍ଲୀ, ଏମଡି ନଜିତ ପ୍ରମୁଖ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୮/୮/୨୦୨୩----୮,୧୦ Sakhigopal News,18/8/2023

Blog Archive

Popular Posts