ବାଲିଗୁଡା ଏନଏସି ର ସ୍ୱତନ୍ତ୍ର କାଉନସିଲ ବୈଠକ
କନ୍ଧମାଳ --- ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ସଭାଗୃହ ଠାରେ ଏନ.ଏ.ସି ର ସ୍ୱତନ୍ତ୍ର କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି l ବାଲିଗୁଡା ଏନ.ଏ.ସି ଅଧକ୍ଷ୍ ଗୋବିନ୍ଦ ପ୍ରଧାନ ଙ୍କ ଅଧକ୍ଷତା ରେ ଉପାଧ୍ୟକ୍ଷା ଶାନ୍ତି ନାୟକ, ଉପଜିଲ୍ଲାପାଳ ତଥା ଏନ. ଏ.ସି କାର୍ଯ୍ୟ ନିର୍ବାହ ଅଧିକାରୀ ମଧୁମିତା ଙ୍କ ସମେତ ବାର ଜଣ କାଉନସିଲର ଏହି ଅଧିବେଶନ ରେ ଉପସ୍ଥିତ ରହିଥିଲେ l ବାଲିଗୁଡା ଏନଏସି ରେ ଆଗାମୀ ସ୍ୱାୟତ୍ତ ଶାସନ ଦିବସ ପାଳନ ସମେତ ଅନନ୍ୟା ବିଷୟରେ ବୈଠକ ରେ ଆଲୋଚନା କରାଯାଇଥିଲା । ବାଲିଗୁଡା ଏନଏସି ରେ ଥିବା ମୌଳିକ ସମସ୍ୟା ସମେତ ୱାର୍ଡ ବିଷୟର ସମସ୍ତ କାଉନସିଲର ଏନଏସି କାର୍ଯ୍ୟ ନିର୍ବାହ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ଜଣେଇଥିଲେ l ବାଲିଗୁଡା ସହର ରେ ନୂତନ ରାସ୍ତା ନିର୍ମାଣ ସ୍ୱଛତା,ଡ୍ରେନେଜ ସମସ୍ୟା ର ସମାଧାନ ସମେତ ବିଭିନ୍ନ ୱାର୍ଡ ରେ ଥିବା ସମସ୍ୟା ସମ୍ପର୍କ ରେ ବୈଠକ ରେ ଆଲୋଚନା କରାଯାଇଛି l ବାଲିଗୁଡା କୁ ବିକାଶ ସହିତ ସ୍ୱଚ୍ଛ ସୁନ୍ଦର ଏନଏସି ଭାବେ ଗଢି ତୋଳିବାକୁ ସମସ୍ତ କାଉନସିଲର ସେମାନଙ୍କ ମତାମତ ଦେଇଥିଲେ l ଏହି ବୈଠକ ରେ ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ,ଉପାଧ୍ୟକ୍ଷା ଶାନ୍ତି ନାୟକ,ସାଂସଦ ଙ୍କ ନଗର ପ୍ରତିନିଧି ଲୋକନାଥ ପାଢ଼ୀ,ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ,ସମେତ ସମସ୍ତ କାଉନସିଲର ଓ ଏନଏସି ର ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୭/୮/୨୦୨୩-----୯,୩୫ Sakhigopal News,17/8/2023