Breaking News

ଦୁର୍ଘଟଣା ଘଟିଲେ ପ୍ରଶାସନର ଚେତା ପଶିବ, ରଘୁନାଥ ମନ୍ଦିର କରରେ ବିଦ୍ୟୁତ୍ ଖୁଣ୍ଟ



ଓଡ଼ଗାଁ:- ଓଡ଼ଗାଁ ସ୍ୱର୍ଣ୍ଣକଳସ କ୍ଷେତ୍ର ଭାବେ  ପରିଚିତ। ପ୍ରଭୁ ଶ୍ରୀ ରଘୁନାଥ ଏହାର ଆରାଧ୍ୟ ଠାକୁର। ଓଡିଶାର କୋଣ ଅନୁକୋଣରୁ ଦୈନିକ ଶହଶହ ଭକ୍ତ ଓ ପର୍ଯ୍ୟଟକ ଏଠାକୁ ଆସନ୍ତି। ମନ୍ଦିର ରେ ଯେମିତି ପର୍ଯ୍ୟଟକ ତଥା ଭକ୍ତଙ୍କର କୌଣସି ଅସୁବିଧା ନହୁଏ ସେଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ସୁବ୍ୟବସ୍ଥା କରାଯାଇଛି। କିନ୍ତୁ କିଛି ଏମିତି କିଛି ଅବ୍ୟବସ୍ଥା ଅଛି ଯେଉଁଥିପାଇଁ ଭକ୍ତ ଅସୁବିଧା ନୁହେଁ ବରଂ ନିଜ ଜୀବନ ହରେଇବାର ମଧ୍ଯ ଆଶଙ୍କା ରହିଛି। ମନ୍ଦିରର ସିଂହ ଦ୍ୱାର ପ୍ରବେଶ ପଥକୁ ଲାଗି ଏକ ବିଦ୍ୟୁତ୍ ଖୁଣ୍ଟ ରହିଛି । ଯେଉଁଥିରେ ଅନାବନା ହୋଇ ୧୦ରୁ ଉର୍ଦ୍ଧ୍ବ ବିଦ୍ୟୁତ୍ ତାର ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଛି। ଫଳରେ ବେଳେବେଳେ ଏହି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଅନେକ ନୀରିହ ପକ୍ଷୀଙ୍କର ଜୀବନ ଯାଉଛି ।ଏବେ ମଣିଷଙ୍କ ର ମଧ୍ଯ ଏହି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାର ବହୁତ ସମ୍ଭାବନା ରହିଛି। ପୂଜକ ସଂଘ ତରଫରୁ ବିଦ୍ୟୁତ୍ ବିଭାଗକୁ ଏ ବିଷୟରେ ଅବଗତ କରାଯାଇଥିଲେ ସୁଦ୍ଧା ଏହି ସମସ୍ୟାର ସମାଧାନ ଆଜିଯାଏ ହୋଇପାରିନଥିବା ଜଣାଯାଇଛି। ଅନ୍ୟ ପକ୍ଷରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧି ମାନେ ସବୁ ଦେଖି ଚୁପ୍ ହୋଇ ବସି ରହିଛନ୍ତି। ଦେଖାଯାଉ ମନ୍ଦିର ନିକଟରୁ ବିପଦ ପୂର୍ଣ୍ଣ ବିଦ୍ଯୁତ ଖୁଣ୍ଟ ଉଠୁଛି। ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇ ଙ୍କ ରିପୋର୍ଟ,୨୯/୮/୨୦୨୩----୧,୪୫ Sakhigopal News,29/8/2023

Blog Archive

Popular Posts