ସାକ୍ଷୀଗୋପାଳରେ ୫ଟି ସଚ୍ଚିବଙ୍କୁ କାଳିମାଡ ସତ୍ୱେ କାର୍ଯ୍ୟକ୍ରମ ଅନୁଷ୍ଠିତ, ହଜାର ଜହାର ମହିଳା ମା ମାନେ ହୁଳହୁଳି ଓ ଫୁଲ ପକାଇ ସ୍ୱାଗତ କରିଥିଲେ , ବିରୋଧିଙ୍କ କାର୍ଯ୍ୟକଳାପ ପଦାକୁ ଆସିଲା
ସାକ୍ଷୀଗୋପାଳ ----- ୫ଟି ସଚ୍ଚିବ ଭି.କେ, ପାଣ୍ଡିଆନ ସାକ୍ଷୀଗୋପାଳ ଗସ୍ତ ରେ ଆସିଥିଲେ । ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଖେଳ ପଡିଆରେ ହଜାର ହଜାର ମା ମାନଙ୍କୁ ସମ୍ମୋଧିତ କରିଥିଲେ । ଗାଡିରୁ ଓହ୍ଳାଇ ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ସ୍ଥଳକୁ ଯିବା ସମୟରେ ବ୍ୟାରିକେଡର ପାଶ୍ୱର୍ରେ ଥିବା ଯୁବକ ଓ ମହିଳା ମାନଙ୍କ ସହିତ ହାତ ମିଳାଇବା ସମୟରେ ନିକଟରେ ଠିଆ ହୋଇଥିବା ଯୁବକ ତାଙ୍କ ଉପରକୁ କାଳି (ଉଜ୍ଜଳା) ମାଡ କରିଥିଲା । ପୋଲିସ ଉକ୍ତ ଯୁବକଙ୍କୁ ସଙ୍ଗେ ସଙ୍ଗେ କାବୁ କରି ନେଇଯାଇଥିଲେ । ମାତ୍ର ସେଠାରେ ଉପସ୍ଥିତ ଥିବା ମିଶନ ଶକ୍ତିର ନେତ୍ରୀ କନକଲତା ପଣ୍ଡା କାନ୍ଦି ପକାଇବା ସହ ଅନ୍ୟ ମା ମାନେ ସେମାନେ ନିଜ ଲୁଗା ପଣତି କାନିରେ ୫ଟି ସଚ୍ଚିବଙ୍କ ମୁହଁକୁ ପୋଛି ଦେଇ ସେହି ବିଜୟ ଚନ୍ଦନ ଟିକା ପିନ୍ଦାଇ ଫୁଲ ପକାଇ ବନ୍ଦାପନା କରି ସଭା ସ୍ଥଳକୁ ପାଛେଟିନେଇଥିଲେ । କାଳିମାଡ କରିଥିବା ଯୁବକଙ୍କୁ ମା ମାନେ ଅଭିଶାପ ଦେଉଥିବାର ଦେଖାଯାଇଥିଲା । ଏପରିକି ଏହି ଘଟଣା ପାଇ ସତ୍ୟବାଦୀ ପୋଲିସକୁ ଦାୟୀ କରାଯାଇଛି । ସତ୍ୟବାଦୀ ଥାନା ଅଧିକାରୀ ୫ଟି ସଚ୍ଚିବକୁ କାଳି ମାଡ ହେବା ସମ୍ପର୍କେରେ ବହୁ ଆଗରୁ ଖବର ପାଇଥିଲେ । ମାତ୍ର ସେ ଏ ଦିଗପ୍ରତି ସଜାଗ ନଥିଲେ । କାଳି ପକାଇଥିବା ଯୁବକ ଜଣକ ହେଲେ କଣାସ ବ୍ଳକର ବଡାଲ ଗ୍ରାମର ଭାସ୍କର ସାହୁ । ସେ ଜଣେ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ସମିତିସଭ୍ୟ ଭାବେ ପଞ୍ଚାୟତ ନିର୍ବାଚନରେ ହାରିଥିଲେ । ଏଣୁ ଏହି କାର୍ଯ୍ୟ ବିରୋଧୀ ଦଳ କରିଥବା ନେଇ ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ କହିଛନ୍ତି । ଅନ୍ୟ ପକ୍ଷେ’ ଏହି ଘଟଣାକୁ ବିଜେପି ନେତା ଓମ ପ୍ରକାଶ ମିଶ୍ର ନିନ୍ଦା କରିବା ସହ ଉକ୍ତ ଯୁବକ ଜଣକ ଆମ ଦଳର ନୁହେଁ ବୋଲି ବିଧାୟକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଅନ୍ୟ ପକ୍ଷେ ୫ଟି ସଚ୍ଚିବ ପାଣ୍ଡିଆନଙ୍କ ଡ୍ରେସ ପରିବର୍ତ୍ତନ କରିବା ପରେ ମହିଳା ମା ମାନେ ୫ଟି ସଚ୍ଚିବଙ୍କୁ ଫୁଲ ପକାଇ ,ହୁଳହୁଳି ପକାଇ ସ୍ୱାର୍ଗତ କରିଥିଲେ । ବିଶେଷ କରି ୫ଟି ସଚ୍ଚିବ ପାଣ୍ଡିଆନ କହିଥିଲେ ଯେ ସତ୍ୟବାଦୀରେ ଯେଉଁ ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି ତାହା ହେଉଛି ଆପଣ ମାନଙ୍କ ପଇସା । ଏ ପଇସା କିପରି ସଠିକ ଭାବେ ଖର୍ଚ୍ଚ ହୋଇ ପାରିବ ସେଥିପାଇଁ ଆପଣ ମାନେ ସଜାଗ ହେବା ଦରକାର । ତେଣୁ ଆପଣ ମାନେ ସ୍ୱଚ୍ଚତା ଭାବେ ଅଇର୍ କର୍ଚ୍ଚ କରିବା ପାଇଁ ଆଦ୍ୱନ ଦେଇଥିଲେ । ସେହିପରି ସାକ୍ଷୀଗୋପାଳ ମନ୍ଦିରର ବହୁ ଶିଘ୍ର ପୁରୀ ମନ୍ଦିର ପରି ଝଲସି ଉଠିବ । ସାକ୍ଷୀଗୋପାଳରେ ନିର୍ମାଣଧିନ ଥବା ଓଡିଆ ବିଶ୍ୱବିଦ୍ୟାଳୟ ବହୁ ଶିଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋର୍କାର୍ପଣ କରିବେ । ସେହିପରି ସତ୍ୟବାଦୀ ନିର୍ବାଚନ ମଣ୍ଡିଳୀ ତଥା କଣାସ, ସତ୍ୟବାଦୀ ବ୍ଳକରେ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରକଳ୍ପ ମଞ୍ଚୁର କରିଛନ୍ତି ତାହା କହିଥିଲେ । ରାସ୍ତାଘାଟ, ପାନୀୟ ଜଳ, ପାଣି ନିଷ୍କାସନ, ସହିତ ଚାଷୀ ମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ କରାଯାଇଛି ବୋଲି ୫ଟି ସଚ୍ଚିବ କହିଥିଲେ । ି ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତ୍ୟବାଦୀ ବ୍ଳକର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ତଥା ସୁଆଣ୍ଡୋ ଗ୍ରାମକୁ ଐତିହ୍ୟ ଗ୍ରାମ ଭାବେ ଘୋଷଣା କରି ବା ସହିତ ସେଠାରେ ଯେଉଁ ପ୍ରକଳ୍ପ କାର୍ଯ୍ୟ ଶେଷ କରାଯାଇଛି । ଉକ୍ତ ଗ୍ରାମକୁ ସମସ୍ତେ ପରିଦର୍ଶନ କରିବକୁ ଯିବା ପାଇଁ ୫ଟି ସଚ୍ଚିବ ପାଣ୍ଡିଆନ ଉପସ୍ଥିତ ଥିବା ମା ମାନଙ୍କୁ କହିଥିଲେ । ଆଜି ପ୍ରାୟ ୨ହଜାରରୁ ଅଧିକ ଅଭିଯୋଗ ପତ୍ର ୫ଟି ସଚ୍ଚିବଙ୍କୁ ଲୋକମାନେ ଦେଇଥିଲେ । ସେହିପରି କଣାସ ବ୍ଳକର ଗଡବଳଗ୍ରଦପୁର ଗ୍ରାମର କାବୁଲି ଚମ୍ପତି ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ଝିଅର ପାଠ ପଢ଼ା ପାଇଁ ବୃତ୍ତିଟଙ୍କା ନ ମିଳୁନାହିଁ ବୋଲି ଅଭିଯୋଗ ନିଜେ ପାଣ୍ଡିଆନ ଗ୍ରହଣ କରିଥିଲେ । ସେହିପରି ସତ୍ôୟାଦୀ ବ୍ଳକର ଜିପୁର ଗ୍ରାମର ଶ୍ରଦ୍ଧାଜ୍ଞଳି ରଥ ଜଣେ ଦବ୍ୟାଙ୍ଗ ମହିଳା ହୋଇଥିବା ବେଳେ ତାଙ୍କୁ ଫନିରେ ଘର ଭାଙ୍ଗି ଯାଇଥିଲେ ମଧ୍ୟ ଟଙ୍କା ନମିଳିବା ନେଇ ୫ଟି ସଚ୍ଚିବଙ୍କୁ ଅଭିଯୋଗ କରିଥିଲେ । ସେହିପରି ଯେଉଁ ମାନେ ଅଭିଯୋଗ କରିଛନ୍ତି ସେ ସମ୍ପର୍କରେ ବହୁ ଶିଘ୍ର ତମ ମାନଙ୍କ ପାଖକୁ ଫୋନ ଯିବ ତମେ କରିଥିବା ଅଭିଯୋଗ କରିଥିବା ସମ୍ପର୍କେ କାମ ହେଲାକି ନାହିଁ ତାହା ଜଣାଇବା ପାଇଁ ଆମେ ଆପଣ ମାନଙ୍କୁ ଫୋନ କରିବୁ ବୋଲି ୫ଟି ସଚ୍ଚିବ କହିଥିଲେ । ଅ ଏହି ସଭା ସ୍ଥଳରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି, ବିଧାୟକ ଉମାକାନ୍ତ ସାମନ୍ତରାୟ, ଉପଜିଲ୍ଲପାଳ ଭବତାରଣ ସାହୁ, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡ, ବିଡିଓ ଲୋଚନ ଦାସଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ ଓ ବ୍ଳକର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ଅନୁଷ୍ଠିତ ସଭାରେ ସାକ୍ଷୀଗୋପାଳ ସଂଗୀତ ମହାବିଦ୍ୟାଳୟ, ରୋଜାଲିନ ସଂଗୀତ ଏକାଡେମୀ, ମାକ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟନୃତ୍ୟ ପରିଷଦ ଓ କୈଳାସ ଗୋଟିପୁଅ ଓଡିଶର ନୃତ୍ୟୁ ପରିଷଦ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୮/୨୦୨୩----୭,୨୫ Sakhigopal News, 19/8/2023
.jpg)