Breaking News

ମହଙ୍ଗା ପଡ଼ିଲା ବିବାହ ପ୍ରଲୋଭନ ଆଳରେ ଦୁଷ୍କର୍ମ , ଅଭିଯୁକ୍ତ ଗିରଫ




ଓଡ଼ଗାଁ:- ବିବାହର ପ୍ରଲୋଭନ ଆଳରେ ବିବାହିତା ମହିଳାଙ୍କ ସହ ବାରମ୍ବାର ଦୁଷ୍କର୍ମ ଅଭିଯୋଗରେ ଓଡ଼ଗାଁ ଆଦର୍ଶ ଥାନା ପୋଲିସ୍ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବାଣ୍ଠପୁର ପଞ୍ଚାୟତ ର ଧବଳେଇ ଗ୍ରାମର ପର୍ଶୁରାମ ବେହେରା (୨୦)। ସୂଚନା ଅନୁସାରେ ପର୍ଶୁରାମ ପୀଡିତା ମହିଳାଙ୍କ ୯ବର୍ଷର ପୁଅ ଓ ୫ବର୍ଷର ଝିଅକୁ ଟିଉସନ୍ କରିବା ପାଇଁ ଦୈନିକ ତାଙ୍କ ଘରକୁ ଯାଉଥିଲେ । ଯିବା ଆସିବା ସହିତ ଉଭୟଙ୍କ ମଧ୍ଯରେ ପ୍ରେମ ସଂପର୍କ ଗଢିଉଠିଥିଲା। ଏପରିକି ଗତ ୧୩ ତାରିଖରେ ପର୍ଶୁରାମ ପୀଡିତା ମହିଳାଙ୍କୁ ନେଇ  ଫେରାର୍ ହୋଇଯାଇଥିଲା। ପରେ ପର୍ଶୁରାମ ପୀଡିତା ମହିଳାଙ୍କୁ ବିବାହ ପ୍ରଲୋଭନ ଆଳରେ ବାରମ୍ବାର ଦୁଷ୍କର୍ମ କରିଥିଲା। ବହୁତ ଖୋଜାଖୋଜି ପରେ ନୟାଗଡ଼ ରେ ଏମାନେ ଉଭୟ ଥିବା ଜାଣିପାରି ପୀଡିତା ଙ୍କ ସ୍ୱାମୀ ପୋଲିସ୍ କୁ ଖବର ଦେଇଥିଲେ। ପୋଲିସ୍ ନୟାଗଡ଼ ରେ ପହଞ୍ଚି ପୀଡିତା ମହିଳାଙ୍କୁ ଉଦ୍ଧାର କରିବା ସହିତ ପର୍ଶୁରାମ କୁ କାବୁ କରିଥିଲା। ପର୍ଶୁରାମ ପୀଡିତା ମହିଳାଙ୍କୁ ବିବାହ ପାଇଁ ମନା କରିଦେବାରୁ  ମହିଳାଙ୍କ ଅଭିଯୋଗ କ୍ରମେ ଓଡ଼ଗାଁ ପୋଲିସ୍ ୧୬୪/୨୩ ରେ ମାମଲା ରୁଜୁ କରିଥିଲେ । ଡାକ୍ତରି ମାଇନା କରି ପର୍ଶୁରାମ କୁ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟ ରେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଅଧିକାରୀ ଙ୍କ ଠାରୁ ସୁଚନା ମିଳିଛି। ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇ ଙ୍କ ରିପୋର୍ଟ,୨୧/୮/୨୦୨୩-----୯,୩୫ Sakhigopal News,21/8/2023

Blog Archive

Popular Posts