ଓଡିଆ ବିଶ୍ୱ ବିଦ୍ୟାଳୟରେ ନାମ ଲେଖା ଆରମ୍ଭ ; ତିନୋଟି ବିଭାଗରେ୩୬ଜଣ ଛାତ୍ର ଛାତ୍ରୀ ନାମ ଲେଖିଲେ
ସାକ୍ଷୀଗୋପାଳ ----- ଓଡିଆ ବିଶ୍ୱ ବିଦ୍ୟାଳୟରେ ପ୍ରଥମ କରି ତିନୋଟି ବିଭାଗରେ ନାମ ଲେଖା ଆରମ୍ଭ ହୋଇଛି । ଯାହାକୁ ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବିରୋଧୀ ଦଳ ଓଡିଆ ବିଶ୍ୱବିଦ୍ୟାଳୟ ହେବ ନାହିଁ ବୋଲି ମିଛ ଗୁଜବ ପ୍ରଚାର କରୁଥିଲେ । ମାତ୍ର ରାଜ୍ୟ ସରକାରଙ୍କ ନିସ୍ପତି ଅନୁଯାୟୀ ଆଜି ପ୍ରଥମ ଦିନରେ ୩୬ ଜଣ ଛାତ୍ରଛାତ୍ରୀ ତିନୋଟି ବିଭାଗରେ ନାମ ଲେଖିଥବା ଓଡିଆ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ରଶ୍ମିରେଖା ଦାଶଙ୍କ ଠାରୁ ସୁଚନା ମିଳିଛି । ଓଡିଆ ବିଶ୍ୱବିଦ୍ୟାଳୟ ନିମାଣଧୀନ ରହିଥିବା ବେଳେ ରାଜ୍ୟ ସରକାରଙ୍କ ନିସ୍ପତି ଅନୁଯାୟୀ ସାକ୍ଷୀଗୋପାଳ ଦୋଳବେଦୀ ନିକଟରେ ଥିବା ପାନ୍ଥନିବାସକୁ ଅସ୍ଥାୟୀ କ୍ଳାସରୁମ ସହିତ ସେଠାରେ ଅସ୍ଥାୟୀ ଭାବେ ଓଡିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟ କରାଯିବାକୁ ନିସ୍ପତି ନିଆଯାଇଛି । ସେହିପରି ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ଅସ୍ଥାୟୀ ଭାବେ ଓଡିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ହଷ୍ଟେଲ କରାଯାଇଛି । ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମତି ମହାବିଦ୍ୟାଳୟ ପରିସରରେ ଓଡିଆ ବିଶ୍ୱିବିଦ୍ୟାଳୟ ପାଇଁ ନାମ ଲେଖା ପ୍ରକିୟା କରଣ କରାଯାଇଛି । ପ୍ରଥମ କରି ରାଜ୍ୟ ସରକାର ତିନୋଟି ବିଭାଗ ଏଠାରେ ଖୋଲିଛନ୍ତି । ପ୍ରତି ବିଭାଗରେ ୨୪ ଗୋଟି ସିଟ ମଞ୍ଜୁର କରିଥିବା ବେଳେ ପ୍ରତିବିଭାଗରେ ୨୨ଜଣ କରି ଛାତ୍ରଛାତ୍ରୀ ନାମ ଲେଖିବା ପାଇଁ ଇଣ୍ଟିମେସନ ପଠା ଯାଇଥିବା ଜଣାପଡିଛି । ଭାଷା ବିଜ୍ଞାନ ଏବଂ ପ୍ରାକୃତିକ ଭାଷା ପ୍ରକିୟାକରଣ ବିଭାଗରେ ୧୦ ଜଣ ନାମ ଲେଖାଇଥିବା ବେଳେ ଓଡିଆ ଭାଷା ଏବଂ ସାହିତ୍ୟରେ ୧୧ ଜଣ ଓ ଆଞ୍ଚଳିକ ଆଦିବାସୀ ଭାଷାଏବଂ ହେରିଟେକ ଅଧ୍ୟୟନ ବିଭାଗରେ ୧୫ ଜଣ ଛାତ୍ର ଛାତ୍ରୀ ନାମ ଳେଖିଥିବା ଜଣାପଡିଛି । ନାମ ଲେଖା ସମୟରେ ଓଡିଆ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ରଶ୍ମିରେଖା ଦାଶ, ଡାଇରେକ୍ଟର ପିଟିସିର ରଜତ କୁମାର ମାନସିଂହ, ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସତ୍ୟ ଶିବ ସୁନ୍ଦର ମିଶ୍ର ଓ ଆଡମିସନ ଇନିଚାର୍ଯ୍ୟ ଧନୁଧର ମୁଦୁଲି, ଶଙ୍କର ପ୍ରସାଦ ମିଶ୍ର, ଚନ୍ଦ୍ର ଶେଖର ତ୍ରିପାଠୀ ଓ ଡାଟା ଏଣ୍ଟିଅପରେଟର ଭବାନୀ ଶଙ୍କର ମିଶ୍ର ଉପସ୍ଥିତ ରହିଥିଲେ । ନାମଲେଖା ସମୟରେ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର କର୍ମଚାରୀ ଓଡିଆ ବିଶ୍ୱବିଦ୍ୟାଳୟକୁ ଡେପୁଟିସନରେ ଯାଇଥିବା ଶ୍ରୀତାଶୁଂ କୁମାର ମହାପାତ୍ର, ପ୍ରକାଶ ଚନ୍ଦ୍ର ଗୌଡୁ, ମହେଶ୍ୱର ମିଶ୍ର ପ୍ରମୁଖ ନାମ ଲେଖାରେ ଛାତ୍ର ଛାତ୍ରୀ ମାନଙ୍କୁ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୮/୨୦୨୩---୮,୧୫ Sakhigopal News, 28/8/2023