ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ଦୂରୀକରଣ ନିମନ୍ତେ ଏକ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
କନ୍ଧମାଳ --- କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପଞ୍ଚାୟତ ର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ପ୍ରେମ ଏଡୁକୋ ସହାୟତା ରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ଦୂରୀକରଣ ନିମନ୍ତେ ଧାର୍ମିକ ନେତା ମାନଙ୍କୁ ନେଇ ଏକ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ତାଲିମ ଦାତା ଭାବେ ଅନୁଷ୍ଠାନ ର କ୍ଷେତ୍ର ସଂଯୋଜକ ରସେନ୍ତ ପାଲଟା ସିଂ ଓ ତାଙ୍କ ସହଯୋଗୀ ଜିତେନ୍ଦ୍ର ସିଂ ତାଲିମ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ( ସି ଆର୍ ସି ଡ଼ି ସି) କ୍ଷେତ୍ର ସଂଯୋଜକ ପ୍ରଶାନ୍ତ ନାୟକ, ଗୋଷ୍ଠୀ ସଜ୍ଜିକରଣ ଅଧିକାରୀ ଦିବ୍ୟ ସିଂହ ସଭାସୁନ୍ଦର ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ଜରିଆରେ ଗ୍ରାମାଞ୍ଚଳ ମାନଙ୍କ ରେ କମ୍ ବୟସର ପୁଅ, ଝିଅ ମାନେ ବିଭିନ୍ନ ପ୍ରଲୋଭନରେ ପଡ଼ି ଓ ଶିକ୍ଷାର ଅଭାବ ହେତୁ ବାଲ୍ୟ ବିବାହ କରୁଛନ୍ତି । ପିତା ମାତାଙ୍କ ଦୟନୀୟ ପରିସ୍ଥିତି ଯୋଗୁଁ ଅଧାରେ ପାଠ ପଢା ଛାଡ଼ି ଶିଶୁ ଶ୍ରମିକ ଭାବେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି । ଏତଦ୍ ବ୍ୟତୀତ ଏହି ଅଞ୍ଚଳ ରୁ ଅନେକ ଯୁବକ ଯୁବତୀ ଦାଦନ ଖଟି ରୋଜଗାର କରିବା ପାଇଁ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି। ଏପରି କ୍ଷେତ୍ର ରେ ଗ୍ରାମ ତଥା ପଞ୍ଚାୟତସ୍ତର ରେ ରହୁଥିବା, ଧାର୍ମିକ ନେତା , ବୁଦ୍ଧିଜୀବୀ ଓ ବିଶେଷ କରି ପିତାମାତା ମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ କଣ ରହିଛି ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେହିପରି ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ କ୍ଷେତ୍ର ରେ କଣ ସବୁ ସରକାରୀ ନିୟମ ଲାଗୁ କରାଯାଇଛି ଓ ସରକାରୀ ସହାୟତା କିପରି ପାଇ ପାରିବେ ଏ ସମସ୍ତ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହି କ୍ଷେତ୍ରରେ ସରକାରୀ ନିୟମାବଳୀ କୁ ଜାଣି ନଥିବା ଅନେକ ଲୋକ ଭୁଲ ବାଟରେ ଯିବା ସହ ଶାରିରୀକ ,ମାନସିକ ଓ ଆର୍ଥିକକ୍ଷତି ସହୁ ଥିବା ମତ ପ୍ରକାଶ ପାଇଛି । ଆଗାମୀ ଦିନ ମାନଙ୍କ ରେ ନିଜ ଗ୍ରାମ ତଥା ଅଞ୍ଚଳରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ଦୂରୀକରଣ ନିମନ୍ତେ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିବା ଧାର୍ମିକ ନେତା ମାନେ ସଙ୍କଳ୍ପ ନେଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମ ରେ ଅଞ୍ଚଳ ର ୪ ଗୋଟି ଧର୍ମାଞ୍ଚଳ ଯଥା -ବ୍ରାହ୍ମଣୀଗାଁ , ଗଦାପୁର, ସରାମୁଳୀ ଓ କାଟିଙ୍ଗିଆ ଧର୍ମ ମଣ୍ଡଳୀ ର ପ୍ରଚାରକ ଓ ବୁଦ୍ଧିଜୀବୀ ମାନେ ସାମିଲ ହୋଇଥିବା ଜଣାପଡିଛି । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୩୧/୮/୨୦୨୩----୧,୪୫ Sakhigopal News,31/8/2023