ବାଲିଗୁଡା ରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ
କନ୍ଧମାଳ ---- ବାଲିଗୁଡା ରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରେ ଆଡମ୍ବର ସହକାରେ 77ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି | ପୂର୍ତ୍ତ ଛକ ଠାରେ ଥିବା ମହାତ୍ମା ଗାନ୍ଧୀ ସମେତ ଅନ୍ୟ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ ଉପାଧ୍ୟକ୍ଷା ଶାନ୍ତି କୁମାରୀ ନାୟକ ସମେତ କାଉନସିଲର, ସମେତ ଏନଏସି କର୍ମଚାରୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ପରେ ଏନଏସି କାର୍ଯ୍ୟଳୟ ରେ ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ ଜାତୀୟ ପତାକା ଉତୋଳନ କରି ଥିଲେ | ବାଲିଗୁଡା ସହରରେ ଥିବା ସମସ୍ତ ବିଦ୍ୟାଳୟ ସମେତ ଉଭୟ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରେ ସ୍ୱାଧୀନତା ଦିବସ ପାଳିତ ହୋଇଛି | ସେହିପରି ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ବାଲିଗୁଡା ବିଜୁ ପଟନାୟକ ମିନି ଷ୍ଟାଡିୟମ ପରିସରରେ ଆଡମ୍ବର ସହକାରେ ପାଳିତ ହୋଇଛି | ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଜାତୀୟ ପତାକା ଉତ୍ତୋଲନ କରିବା ସହିତ ସମ୍ମିଳିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ| ଉପଜିଲ୍ଲାପାଳ ଅଭିଭାଷଣ ରେ ଜନସାଧାରଣ ଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରୁଛନ୍ତି | ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ରେ ପୋଲିସ ବାହିନୀ ସମେତ ବିଭିନ୍ନ ଶିକ୍ଷା ଅନୁଷ୍ଟାନ ମୋଟ ବତିଶ ଟି ଦଳ ଅଂଶଗ୍ରହଣ କରିଥିଲେ |ମୁଖ୍ୟ ଅତିଥି ଉପଜିଲ୍ଲାପାଳ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ |ଏଥିରେ ବାଲିଗୁଡା ଏସଡିପିଓ ୟସ ପ୍ରତାପ ଶ୍ରୀମଲ, କନ୍ଧମାଳ ସାଂସଦ ପ୍ରତିନିଧି ଟୁନା ଦାସ, ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ ସମେତ ଅନ୍ୟ ଅତିଥି ଯୋଗ ଦେଇଥିଲେ | କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୬/୮/୨୦୨୩----୮,୪୫ Sakhigopal News,16/8/2023